ଘରେ ପ୍ରସ୍ତୁତ କରନ୍ତୁ ମାଛ ମୁସକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 21, 2021

ଘରେ ପ୍ରସ୍ତୁତ କରନ୍ତୁ ମାଛ ମୁସକା

ଆବଶ୍ୟକ ସାମଗ୍ରୀ: ମାଛ, ଆଳୁ, ପିଆଜ, ଅଦା, ରସୁଣ, ଲଙ୍କାଗୁଣ୍ଡ, କର୍ଣ୍ଣଫ୍ଲୋର, ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା ଧନିଆପତ୍ର, ରିଫାଇନ୍‌ ତେଲ, ବ୍ରେଡକମ୍‌।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖନ୍ତୁ ଏବଂ କର୍ଣ୍ଣଫ୍ଲୋରରେ ପାଣି ମିଶାଇ ଗୋଳାଇ ରଖନ୍ତୁ। କରେଇରେ ପାଣି ଗରମ କରି ଲୁଣ ଓ ହଳଦୀ ଗୁଣ୍ଡ ପକାଇ ମାଛକୁ ସିଝାନ୍ତୁ। ମାଛ ସିଝିବା ପରେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ।

ଏହାପରେ ସିଝା ମାଛରେ ସିଝା ଆଳୁ, କଟା ପିଆଜ, କଟା ରସୁଣ, ଅଦା ଛେଚା, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା ଧନିଆପତ୍ର ଓ ଲୁଣ ପକାଇ ଚକଟି ଦିଅନ୍ତୁ।  ମାଛ ଭଲ ଭାବେ ଚକଟି ହେବା ପରେ ଏହାକୁ ଛୋଟ ଛୋଟ ଗୋଲ ବଲ୍‌ ପରି କରି ଦିଅନ୍ତୁ।

କରେଇରେ ତେଲ ଗରମ କରି ମାଛ ବଲ୍‌ ଗୁଡ଼ିକୁ କର୍ଣ୍ଣଫ୍ଲୋର ପାଣିରେ ବୁଡ଼ାଇ ବ୍ରେଡକମ୍‌ର କୋଟିଂ ଦେଇ ଛାଣନ୍ତି। ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ମାଛ ମୁସକା। ଏହାକୁ ସସ୍‌ ସହ ଖାଇବାକୁ ଦିଅନ୍ତୁ।

The post ଘରେ ପ୍ରସ୍ତୁତ କରନ୍ତୁ ମାଛ ମୁସକା appeared first on Odisha Reporter.



from Odisha Reporter https://ift.tt/2LTH2NA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages