ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଥାନା ପଳାଶୋଳ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ଆଜି ସକାଳେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଗୁଳିରେ ଗୁରୁତର ହୋଇପଡ଼ିଛନ୍ତି ୬୦ ବର୍ଷର ବୃଦ୍ଧ । ଅଶୋକ କୁମାର ବିଶ୍ୱାଳ ନାମକ ବୃଦ୍ଧଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଜଗତସିଂହପୁରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ବୃଦ୍ଧ ଜଗତସିଂହପୁର ଥାନାରେ ଅଟକ ଥିବା ବେଳେ ପୁଲିସ୍ ବନ୍ଧୁକ ଜବତ କରିଛି।
। ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଉଭୟଙ୍କ ଭିତରେ କିଛି କଥାକୁ ନେଇ ବିବାଦ ଯୋଗୁଁ ଏପରି ଘଟିଥିବା ଆଲୋଚନା ହେଉଛି । ଗୁଳିଟି ଅଶୋକଙ୍କ ମୁଣ୍ଡରେ ରହିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁଳିମାଡ କରିଥିବା ବୃଦ୍ଧ ସତ୍ୟ ମହାନ୍ତି ସଦର ଥାନାରେ ଅଟକ ଥିବାବେଳେ ବନ୍ଧୁକ ଟିକୁ ପୁଲିସ୍ ଜବତ କରିଥିବା କହିଛନ୍ତି ଜଗତସିଂହପୁର ଥାନା ଆଇଆଇସି। ଏନେଇ ଥାନାରେ କୌଣସି ଲିଖିତ ମାମଲା ରୁଜୁ ହୋଇନାହିଁ।
ସତ୍ୟ ମହାନ୍ତି ପୂର୍ବରୁ କଟକରେ ଥିବା ବେଳେ ସେଠାରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଗାଁକୁ ଫେରି ଗୁଣ୍ଡାରାଜ ଚଲାଇଥିବା ଅଭିଯୋଗ କରିଛନ୍ତି ଅଶୋକ ବିଶ୍ୱାଳ।
The post ବୃଦ୍ଧଙ୍କ ଗୁଳିରେ ବୃଦ୍ଧ ଗୁରୁତର appeared first on Odisha Reporter.
from Odisha Reporter https://ift.tt/394iCbx
No comments:
Post a Comment