ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ଗଲା ବାଳସୁଧାର ଗୃହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

 ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ଗଲା ବାଳସୁଧାର ଗୃହ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ତାଙ୍କୁ  ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।  ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ପରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଯାଇଛି ।

ଅଭିଯୁକ୍ତ ନାବାଳକ ହୋଇଥିବାରୁ  SITର ନାର୍କୋ ଆନାଲିସିସ୍‌ ଟେଷ୍ଟ ଅପିଲ ଖାରଜ କଲେ କୋର୍ଟ।  ଆସନ୍ତା ୮ ତାରିଖରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହେବ ।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗତକାଲି ନୟାଗଡ଼ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇଥିଲେ । ତେଣୁ ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ କୋର୍ଟ ନା ଚିଲଡ୍ରେନ୍ କୋର୍ଟରେ ହେବ ତାହା କମିଟି ନିର୍ଦ୍ଧାରଣ କରିବ। ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SIT ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଛି।

ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତଙ୍କ ଓକିଲ। ଏପରିକି ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖରେ SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ତେଣୁ ସବୁ ପ୍ରମାଣ ପାଇବା ପରେ ହିଁ ଅଭିଯୁକ୍ତ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସେ ଜଣେ ସାବାଳକ ବୋଲି ବୋଥ୍ରା ଦର୍ଶାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ନିର୍ଭୟା ମାମଲାକୁ ନେଇ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ ବାଳ ଅପରାଧୀଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ହୋଇଥିଲେ, ଚିଲ଼ଡ୍ରେନ୍ କୋର୍ଟରେ ସେମାନଙ୍କର ସାବାଳକ ଭାବେ ବିଚାର ହେବ। ନୟାଗଡ଼ ପରୀ ମାମଲା ମଧ୍ୟ ଏକ ଜଘନ୍ୟ ଅପରାଧ ହୋଇଥିବାରୁ ଅଭିଯୁକ୍ତକୁ ସାବାଳକ ଦର୍ଶାଇବା ଲାଗି ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସ୍ଆଇଟି ପକ୍ଷରୁ ସୂଚନା ଦିଆଯାଇଛି।

The post  ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ଗଲା ବାଳସୁଧାର ଗୃହ appeared first on Odisha Reporter.



from Odisha Reporter https://ift.tt/396S2yC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages