ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା

ନୂଆଦିଲ୍ଲୀ: ଓଡ଼ିଶାର କଳାକୁ ପୁଣି ଜାତୀୟ ସ୍ତରରେ ମିଳିଲା ସାବାସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି।

ମୋଦି ଭାଗ୍ୟଶ୍ରୀଙ୍କ ବିଶେଷତା ବାବଦରେ କହିଛନ୍ତି, ସେ କେଉଁଥିରେ ଚିତ୍ର ଆଙ୍କୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଭାଗ୍ୟଶ୍ରୀ କଲେଜ୍ ଯିବା ବାଟରେ ସଫ୍ଟ ଷ୍ଟୋନ୍ ସଂଗ୍ରହ କରି ଦିନକୁ ଦୁଇ ଘଣ୍ଟା ପଟ୍ଟଚିତ୍ର ଶୈଳୀରେ ଚିତ୍ର ଆଙ୍କନ୍ତି। ଏହି ଚିତ୍ରସବୁକୁ ସାଙ୍ଗମାନଙ୍କୁ ଉପହାରରେ ଦିଅନ୍ତି।

ଲକଡାଉନ ସମୟରେ ବୋତଲରେ ମଧ୍ୟ ସେ ପେଣ୍ଟିଂ କରୁଥିଲେ। ଏବେ କର୍ମଶାଳା ବି ଆୟୋଜନ କରୁଛନ୍ତି। ବିଶେଷ କରି କିଛି ଦିନ ତଳେ ସେ ଆଙ୍କିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର ମୋଦିଙ୍କ ମନ କିଣିପାରିଛି।

ପ୍ରଧାନମନ୍ତ୍ରୀ ମୋଦି ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ବହୁତ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି।

The post ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା appeared first on Odisha Reporter.



from Odisha Reporter https://ift.tt/36sW6c6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages