ପାକିସ୍ତାନ ସୀମାରୁ ପୁଣି ଠାବ ହେଲା ସୁଡ଼ଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ପାକିସ୍ତାନ ସୀମାରୁ ପୁଣି ଠାବ ହେଲା ସୁଡ଼ଙ୍ଗ

ନୂଆଦିଲ୍ଲୀ: ୧୦ ଦିନର ବ୍ୟବଧାନ ପରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି। ବିଏସଏଫ ଯବାନମାନେ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଭାରତ-ପାକ୍‌ ସୀମାରୁ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହି ଗୁପ୍ତ ସୁଡ଼ଙ୍ଗଟିର ଲମ୍ବ ୧୫୦ ମିଟର ଓ ୩୦ ଫୁଟ ଗଭୀର। ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ପାକିସ୍ତାନରେ ଥିବା ବେଳେ ଆଉ ଗୋଟିଏ ଭାରତରେ ରହିଛି। ଏହାର ଓସାର ପ୍ରାୟ ୩ ମିଟର ରହିଛି। ହୀରାନଗର ସେକ୍ଟରର ପାନସର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଏହି ସୁଡ଼ଙ୍ଗଟି ଠାବ ହୋଇଛି। ସୁଡ଼ଙ୍ଗ ଠାବ ହେବା ପରେ ପୂରା ଅଞ୍ଚଳକୁ କର୍ଡନ କରି ଦିଆଯାଇଛି।

୨୦୨୦ ଜୁନ୍‌ ମାସରେ ପାକିସ୍ତାନୀ ହେକ୍ସାକପ୍ଟରକୁ ଭାରତୀୟ ସୁରକ୍ଷାକର୍ମୀ ଏହି ଅଞ୍ଚଳରେ ଗୁଳି କରି ଖସାଇ ଦେଇଥିଲେ। ଏହି ହେକ୍ସାକପ୍ଟରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ରହିଥିଲା। ୨୦୧୯ରେ ମଧ୍ୟ ଏହି ଅଞ୍ଚଳରେ ପାକିସ୍ତାନ ସୀମାରୁ ଅନୁପ୍ରେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଥିଲେ।

ଆଜିର ଘଟଣା ପରେ ଗତ ୬ ମାସ ମଧ୍ୟରେ ସାମ୍ବା, ହୀରାଗନର ଓ କଠୁଆରେ ୪ଟି ଗୁପ୍ତ ସୁଡ଼ଙ୍ଗ ଠାବ ହେଲାଣି। ସେହିପରି ଜମ୍ମୁ ରିଜନରେ ମୋଟ ୧୦ଟି ସୁଡ଼ଙ୍ଗ ଠାବ ହୋଇଛି। ଜାନୁଆରୀ ୧୩ରେ ଏହି ସେକ୍ଟରର ବୋବିୟାନ ଗାଁରେ ଗୋଟିଏ ୧୫୦ ମିଟିର ଲମ୍ବ ଗୁପ୍ତ ସୁଡ଼ଙ୍ଗ ଠାବ ହୋଇଥିଲା। ଆତଙ୍କୀଙ୍କୁ ଭାରତ ପଠାଇବାକୁ ପାକିସ୍ତାନ ଏପରି ସୁଡ଼ଙ୍ଗ ସବୁ ତିଆରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

The post ପାକିସ୍ତାନ ସୀମାରୁ ପୁଣି ଠାବ ହେଲା ସୁଡ଼ଙ୍ଗ appeared first on Odisha Reporter.



from Odisha Reporter https://ift.tt/2NqMurz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages