ଘରକୁ ଫେରିଲେ ଦାଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଘରକୁ ଫେରିଲେ ଦାଦା

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା। ଦ୍ୱିତୀୟଥର ଆଞ୍ଜିଓପ୍ଲାଷ୍ଟି ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ଲାଗି ଗତ ୨୭ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତ୍ରିପୁଲ ଭେସେଲ ରୋଗରେ ପୀଡିତ ଥିବା ଗାଙ୍ଗୁଲିଙ୍କ ସେଠାରେ ଦ୍ୱିତୀୟ ଥର ପାଇଁ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏଥିସହ ପୁଣିଥରେ ତାଙ୍କର ୨ଟି ଷ୍ଟେନଟିଂ କରାଯାଇଥିଲା। ହସ୍ପିଟାଲରେ ୪ଦିନ ଡାକ୍ତରଙ୍କ ଦେଖାରେଖାରେ ଚିକିତ୍ସା ହେବା ପରେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସେ ପୁରାପୁରି ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି।


ପୂର୍ବରୁ ମଧ୍ୟ ଜାନୁଆରୀ ୨ ତାରିଖରେ ଘରେ ବ୍ୟାୟମ କରୁଥିବା ସମୟରେ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ହାର୍ଟରେ ବ୍ଲକେଜ ଥିବା ଜଣାପଡିଥିଲା। ଏହାପରେ ସେଠାରେ ତାଙ୍କର ପ୍ରଥମ ଆଞ୍ଜିଓପ୍ଲାଷ୍ଟି ହେବା ସହ ଷ୍ଟେନ ଲଗାଯାଇଥିଲା। ପରେ ଜାନୁଆରୀ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିଛି ଦିନ ସମ୍ପୂର୍ଣ୍ଣ ବିଶ୍ରାମ କରିବାକୁ ଦାଦାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ।

The post ଘରକୁ ଫେରିଲେ ଦାଦା appeared first on Odisha Reporter.



from Odisha Reporter https://ift.tt/39zV0gy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages