ଆଠଗଡ଼(ନିଳକଣ୍ଠ ଦୋରା): କରୋନା କଟକଣା ଭିତରେ ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵର ମନ୍ଦିର । ଆଜିଠାରୁ ସର୍ବସାଧାରଣ ପ୍ରଭୁଙ୍କ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ରହି ମନ୍ଦିର ପରିସରରେ ଦର୍ଶନ କରିବେ । ଏନେଇ ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ଧବଳେଶ୍ଵରଙ୍କ ମନ୍ଦିର ଖୋଲିବା ପାଇଁ ବୈଠକ ବସିଥିଲା ।
କୋଭିଡ ନିୟମ ଅନୁସାରେ ଗତ ୮ତାରିଖରେ ପୂଜକଙ୍କ ପରିବାର , ୯ଓ ୧୦ ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିସାରିଛନ୍ତି । ଆଜିଠାରୁ ସର୍ବସାଧାରଣ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ରହି ମନ୍ଦିର ପରିସରରେ ଦର୍ଶନ କରିବେ ବୋଲି ଆଠଗଡ ଉପଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ଦୀର୍ଘ ୯ ମାସ ପରେ ଗତ ୭ ତାରିଖରୁ କଟକରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ସାରିଥିଲା। ହେଲେ ଏହା ପରଦିନ ଅର୍ଥାତ ୮ ତାରିଖରେ ବାବା ଧବଳେଶ୍ୱରଙ୍କ ପୀଠ ଖୋଲିଥିଲା ।
କୋଭିଡ୍ ଗାଇଡଲାଇନ୍ ଅନୁସାରେ ୮ ତାରିଖ ସକାଳୁ ସକାଳୁ ମଙ୍ଗଳ ଆଳତୀ ପରେ ପୂଜକଙ୍କ ପରିବାର ସଦସ୍ୟ ବାବା ଧବଳେଶ୍ୱରଙ୍କ ଦର୍ଶନ ସୁଯୋଗ ପାଇଥିଲେ। ଏହା ପର ଦୁଇ ଦିନ ପର୍ଯ୍ୟନ୍ତ ମଞ୍ଚେଶ୍ୱର ପଞ୍ଚାୟତବାସୀଙ୍କୁ ଦର୍ଶନ ସୁବିଧା ମିଳିଥିବା ବେଳେ ଆଜିଠୁ ସର୍ବସାଧାରଣଙ୍କୁ ଏହି ଦର୍ଶନ ସୁଯୋଗ ମିଳିଛି।
ସେହିପରି ଗତ ୮ ତାରିଖରୁ କୋଭିଡ କଟକଣା ଭିତରେ ସାଧାରଣ ଭକ୍ତଙ୍କ ପାଇଁ କଟକ ଚଣ୍ଡୀ ମନ୍ଦିର ଖୋଲିଛି । ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରକୁ ଫୁଲରେ ସୁନ୍ଦର ଭାବେ ସଜାଯାଇଛି ।
କୋଭିଡ ଗାଇଡଲାଇନ୍ ମଧ୍ୟରେ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଥିଲା। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ । ମନ୍ଦିରରେ ହ୍ୟାଣ୍ଡସାନିଟାଇଜର ରହିବ। ହାତ ଧୋଇବା ବ୍ୟବସ୍ଥା ମଧ୍ୟ ରହିବ। ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିପାରି ବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି।
The post ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଧବଳେଶ୍ଵର ପୀଠ appeared first on Odisha Reporter.
from Odisha Reporter https://ift.tt/38x4Orf
No comments:
Post a Comment