ଟ୍ରକକୁ ପିଟିଲା ସୋଏବ ମଲ୍ଲିକଙ୍କ କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଟ୍ରକକୁ ପିଟିଲା ସୋଏବ ମଲ୍ଲିକଙ୍କ କାର

ଲାହୋର: ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକଙ୍କ କାର ଦୁର୍ଘଟଣାଗ୍ରସ୍ତ। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ସୋଏବଙ୍କ କାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ସୋଏବ ମଲ୍ଲିକଙ୍କ କାର ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ସୁରକ୍ଷିତ ରହିଥିବା ସୂଚନା ରହିଛି।

ରିପୋର୍ଟ ଅନୁଯାୟୀ ସୋଏବ ପାକିସ୍ତାନ ସୁପର ଲିଗର ପ୍ଲେୟାର ଡ୍ରାଫ୍ଟ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ। ସୋଏବଙ୍କ ଏସୟୁଭି କାରର ସ୍ପୀଡ୍ ମଧ୍ୟ ଅଧିକ ଥିଲା। ଭାରସାମ୍ୟ ହରାଇବାରୁ ତାଙ୍କ କାର୍ ଟ୍ରକକୁ ପିଟି ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣାଟି ଲାହୋର ନିକଟସ୍ଥ ନ୍ୟାଶନାଲ ହାଇ ପରଫରମାନ୍ସ ସେଣ୍ଟର ପାଖରେ ହୋଇଛି।

ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ ସୋଏବ ମଲ୍ଲିକଙ୍କ ସହ ବାବର ଆଜମ ଏବଂ ମହମ୍ମଦ ଆମୀରଙ୍କ ସହ ଘରକୁ ଫେରୁଥିବା ବେଳେ ରାସ୍ତାରେ ରେସ କରୁଥିଲେ। ରେସ୍ ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଭାରତୀୟ ଟେନିସ ତାରକା ସାନିଆ ମୀର୍ଜାଙ୍କ ସ୍ୱାମୀ ହେଉଛନ୍ତି ସୋଏବ ମଲ୍ଲିକ।

The post ଟ୍ରକକୁ ପିଟିଲା ସୋଏବ ମଲ୍ଲିକଙ୍କ କାର appeared first on Odisha Reporter.



from Odisha Reporter https://ift.tt/2MJFB4g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages