ହାତଯୋଡ଼ି ଅନୁରୋଧ କଲେ ରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 20, 2021

ହାତଯୋଡ଼ି ଅନୁରୋଧ କଲେ ରିଆ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜନ୍ମ ଦିବସ ଅବସରରେ ସର୍ବ ସମ୍ମୁଖରେ ହାତ ଯୋଡିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ବିଚ୍‌ ରାସ୍ତାରେ ହାତ ଯୋଡି ଅନୁରୋଧ କଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଲାଇମ ଲାଇଟ୍‌କୁ ଆସିଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଆଜି ସୁଶାନ୍ତଙ୍କ ଜନ୍ମ ଦିବସ ପାଳିବା ପାଇଁ ବାନ୍ଦ୍ରା ସ୍ଥିତ ଏକ ଦୋକାନକୁ ଫୁଲ କିଣିବା ପାଇଁ ଯାଇଥିଲେ। ସେତେବେଳେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇବା ପାଇଁ ପିଛା କରିଥିଲେ। ଏହି ସମୟରେ ରିଆ ଫଟୋଗ୍ରାଫରଙ୍କୁ ହାତଯୋଡି ତାଙ୍କ ପିଛା ନ କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ, ମୋତେ ଫଲୋ କରନ୍ତୁନି । ମୁଁ ଘରକୁ ଯାଉଛି । ଦୟା କରି ମୋ ପିଛା କରିବା ବନ୍ଦ କରନ୍ତୁ ।

ସୂଚନାଯୋଗ୍ୟ ଯେ, ଜୁନ ୨୦୨୦ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସେହି ସମୟରେ ରିଆଙ୍କ ସହ ସେ ରିଲେସନରେ ଥିବା ଖବର ସାମ୍ନାକୁ ଆସିଥିଲା। ପରିବାର ଲୋକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିଆଙ୍କ ନାଁରେ ମାମଲା ରୁଜୁ କରିଥିଲେ। ପୁଅ ମୃତ୍ୟୁ ପଛରେ ରିଆଙ୍କ ହାତ ଥିବା ନେଇ ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ପରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ରିଆଙ୍କୁ ଗିରଫ କରିଥିଲା। ପରେ ସେ ଜାମିନରେ ବାହାରକୁ ଆସିଛନ୍ତି।  ନିକଟରେ ରିଆ ତାଙ୍କ ଭାଇ ସୌଭିକ ସହିତ ଘର ଖୋଜୁଥିବା ଦେଖିବାକୁ ମିଳିଥିଲା। ସୁଶାନ୍ତଙ୍କ ପରେ ରିଆ ଏବେ ରୋଡିଜ ଫେମ୍ ରାଜୀବ ଲକ୍ଷ୍ମଣଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ରିଆ ଏବଂ ରାଜୀବଙ୍କୁ ଏକାସହ ଏକ ପାର୍ଟିରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ରାଜୀବ ରିଆଙ୍କୁ ଆଲିଙ୍ଗନ କରି ହସୁଥିବା ପୋଜରେ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଫଟୋ ଶେୟାର କରିବାବେଳେ ରାଜୀବ ଲେଖିଥିଲେ, ‘my girl’। ଏହି ଫଟୋ ସୋଶାଲ ମିଡିଆରେ ଭାରଇଲ ହୋଇଥିଲା।

ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୋଶାଲ ମିଡିଆରୁ ଦୁରେଇ ରହିଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଏବେ କିନ୍ତୁ ସେ ପରଦାକୁ ଆସିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସେ ଅପକମିଂ ଫିଲ୍ମ ‘ଚେହେରା’ରେ ନଜର ଆସିବେ । ଏହି ଫିଲ୍ମରେ ରିଆଙ୍କ ସହ ବଲିଉଡର ବିଗ୍‌ ବି’ ଅମିତାଭ ବଚ୍ଚନ ଲିଡ୍‌ ରୋଲରେ ନଜର ଆସିବେ। ରୁମି ଜାଫରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଚଳିତ ବର୍ଷ ହିଁ ସିନେମା ଘରେ ରିଲିଜ ହେବ।

The post ହାତଯୋଡ଼ି ଅନୁରୋଧ କଲେ ରିଆ appeared first on Odisha Reporter.



from Odisha Reporter https://ift.tt/3p7HnKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages