ପ୍ରଥମ ଦିନରେ ବିଡେନ ବଦଳାଇ ଦେଲେ ଟ୍ରମ୍ପଙ୍କ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 20, 2021

ପ୍ରଥମ ଦିନରେ ବିଡେନ ବଦଳାଇ ଦେଲେ ଟ୍ରମ୍ପଙ୍କ ନିଷ୍ପତ୍ତି

ଓ୍ୱାଶିଂଟନ: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବିଡେନ୍ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଶପଥ ଗ୍ରହଣ ପରେ ବିଡେନ୍ ସିଧା ତାଙ୍କ ଓଭାଲ୍ ଅଫିସକୁ ଆସିଥିଲେ। ଆଉ ପ୍ରଥମ ଦିନରେ ଆମେରିକାର ୪୫ ତମ ରାଷ୍ଟ୍ରପତି ତଥା ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ଜୋ ବଦାଳଇଛନ୍ତି। ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ତାଙ୍କ ସରକାର ପ୍ରାଥମିକ ଭାବରେ କୋଭିଡ, ଅର୍ଥନୀତିକ ସଙ୍କଟ ଏବଂ ଜଳବାୟୁ ସଙ୍କଟକୁ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି।

ତେବେ କରୋନାକୁ ହରାଇବା ପାଇଁ ଆମେରିକାବାସୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ କହିଥିଲେ। ତେବେ ପ୍ୟାରିସ୍ ଜଳବାୟୁ ଚୁକ୍ତିନାମା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆମେରିକା ସରକାର ଓହରିବ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଏବେ ଆମେରିକା ଏହି ସବୁ ଫୋରମରେ ଯୋଗ ଦେବ ବୋଲି କହିଛନ୍ତି।

ବିଡେନ ତାଙ୍କ ଶପଥ ସମାରୋହରେ ସମସ୍ତ ଦେଶ ସହିତ କିଭଳି ଆମେରିକାର ସମ୍ପର୍କ ଭଲ ରହିବ ସେ ବାବଦରେ ଗୁରୁତ୍ୱାରୋପ କରିଥିଲେ। ଯାହାକି ପ୍ରଥମ ଦିନର ପଦକ୍ଷେପରୁ ଜଣାପଡ଼ିଛି। ତେଣୁ ଯେଉଁ ପ୍ୟାରିସ ଚୁକ୍ତିରୁ ଓହରିବା ପାଇଁ ଟ୍ରମ୍ପ ନିଷ୍ପତ୍ତି ନେଇଥିଲେ ଏବେ ସେହି ପ୍ୟାରିସ ଚୁକ୍ତିରେ ସାମିଲ୍ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜୋ ବିଡେନ୍। ସେହିପରି ଆମେରିକା ଓ ମେକ୍ସିକୋ ମଧ୍ୟରେ ତିଆରି ହେଉଥିବା ଟ୍ରମ୍ପ ଟାଓ୍ୱାରକୁ ଫଣ୍ଡିଂ ବନ୍ଦ କରିଛନ୍ତି। ମୋଟ୍ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ପ୍ରତ୍ୟାହାର କରିବାକୁ ସେ ଏପର୍ଯ୍ୟନ୍ତ ୧୭ ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ବିଡେନ୍। ଆଗାମୀ ଦିନରେ ସେ ଆହୁରି ଅନେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିବେ ବୋଲି ସୂଚନା ରହିଛି।

ପୂର୍ବ ସରକାର ସମୟରେ ଆମେରିକା ବିଭାଜିତ ହୋଇଛି, କରୋନା କାରଣରୁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ଆମେରିକା ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି, ଏଭଳି ପରିସ୍ଥିତିରେ ତୁରନ୍ତ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବିଡେନ୍ ବିଶ୍ୱାସ ରଖିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଆମେରିକା ସମ୍ୱିଧାନରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଯେତିକି ସ୍ୱାଗତଯୋଗ୍ୟ ସେତିକି ବିବାଦୀୟ। ଯିଏ ବି ରାଷ୍ଟ୍ରପତି ପଦବୀରେ ବସିଛନ୍ତି ସିଏ ଏହି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜରିଆରେ ଅନେକ ପଦକ୍ଷେପ ନେଇଛନ୍ତି। ଏହା ରାଷ୍ଟ୍ରପତିଙ୍କର ଏକ ସ୍ୱତନ୍ତ୍ର ପଦକ୍ଷେପ। ଏଥିପାଇଁ ସଂସଦର ଅନୁମତି ଆବଶ୍ୟକ ନାହିଁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ବଳରେ ଅନେକ ପଦକ୍ଷେପ ନେଇଛନ୍ତି।

The post ପ୍ରଥମ ଦିନରେ ବିଡେନ ବଦଳାଇ ଦେଲେ ଟ୍ରମ୍ପଙ୍କ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3909s1c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages