ଲାଲକିଲ୍ଲାରେ ପତାକା ଉଡ଼ାଇଥିଲେ ଯୁଗରାଜ, ବାପା-ମା’ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ଲାଲକିଲ୍ଲାରେ ପତାକା ଉଡ଼ାଇଥିଲେ ଯୁଗରାଜ, ବାପା-ମା’ ଫେରାର

ନୂଆଦିଲ୍ଲୀ: ଚିହ୍ନଟ ହେଲେ ଲାଲକିଲ୍ଲାରେ ପତାକା ଉଡାଇଥିବା ଯୁବକ। ତାଙ୍କ ନାଁ ଯୁଗରାଜ ସିଂହ। ବୟସ ୨୩ ବର୍ଷ। ଘର ପଞ୍ଜାବର ତରନତାରନ ଜିଲ୍ଲାର ବାନା ତାରା ସିଂହ ଗାଁରେ। ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଏହି ଯୁବକ ଜଣକ ଭାଗ ନେଇଥିଲେ। ଲାଲକିଲ୍ଲାରେ ଚଢ଼ି ସେ ହିଁ ପତାକା ଉଡାଇଥିଲେ। ଜାତୀୟ ପତାକା ଉଡାଇବା ସ୍ଥାନର ସେ ଖାଲସା ପତାକା ଉଡାଇଥିଲେ। ଏନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି।

ପତାକା ଉଡାଇଥିବା ନେଇ ଯୁଗରାଜଙ୍କ ନାଁ ସାମ୍ନାକୁ ଆସିବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଭୟରେ ତାଙ୍କ ବାପାମା’ ଗାଁରୁ ଫେରାର ହୋଇଯାଇଛନ୍ତି। ଘରେ କେବଳ ତାଙ୍କ ଜେଜେ ବାପା ଅଛନ୍ତି। ପରିବାର ଲୋକେ ଓ ଗ୍ରାମବାସୀ ଯୁଗରାଜ ଏଭଳି କାଣ୍ଡ ଘଟାଇଥିବା ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ଯୁଗରାଜ ଯାହା କରିଛି ତାହା ନିଶ୍ଚିତ ରୂପେ ଦୁର୍ଭାଗ୍ୟଜନ ବୋଲି ସେମାନେ କହିଛନ୍ତି।

ପୁଲିସର ପଚରାଉଚରା ପରେ ଯୁଗରାଜଙ୍କ ଜେଜେ ବାପା କହିଛନ୍ତି, କେତେବେଳେ କ’ଣ ଘଟିଲା ଆମେ ଜାଣିନୁ। ଯୁଗରାଜ ଜଣେ ଶାନ୍ତଶିଷ୍ଟ ଏବଂ ପରିଶ୍ରମୀ ପିଲା। ଖଲିସ୍ତାନୀଙ୍କ ସହ ତା’ର କୌଣସି ସମ୍ପର୍କ ନାହିଁ। ଟିଭିରେ ଦେଖିବା ପରେ ସେ ପତାକା ଉଡ଼ାଇଥିବା ନେଇ ଜାଣିବାକୁ ପାଇଥିଲୁ। କିନ୍ତୁ ସେ ଯେଉଁ ପକାତା ଉଡାଇଛି ତାହା କୌଣସି ଖଲିସ୍ତାନୀଙ୍କ ନୁହେଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ସେପଟେ ପୁଲିସ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି।

ଯୁଗରାଜ କିଏ?

୨୩ ବର୍ଷୀୟ ଯୁଗରାଜ ସିଂହ, ପଞ୍ଜାବ ତରନତାରନ ଜିଲ୍ଲାର ବାସିନ୍ଦା। ତାଙ୍କ ଘରେ ବାପା, ମା, ଜେଜେ ବାପା ଓ ଜେଜେ ମା’ ଓ ୩ ଭଉଣୀ ଅଛନ୍ତି। ସେ ଶ୍ରମିକ ଭାବେ କାମ କରନ୍ତି। ତା’ସହିତ ଚାଷବାସ କରନ୍ତି। ତାଙ୍କ ପରିବାର ଉପରେ ପ୍ରାୟ ୫ ଲକ୍ଷ ଟଙ୍କାର ଋଣ ବୋଝ ଥିବା ନେଇ ତାଙ୍କ ଗାଁ ଲୋକେ ସୂଚନା ଦେଇଛନ୍ତି।

କ’ଣ ଥିଲ ପୂରା ଘଟଣା?

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ କୃଷକମାନେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲିରେ ଆସି ଜୋରଦାର ହଙ୍ଗାମା କରିଥିଲେ। ବାରିକେଡ ଭାଙ୍ଗିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। କେବଳ ସେତିକି ନୁହେଁ, ଜୋରଜବରଦସ୍ତ ଐତିହାସିକ ଲାଲକିଲ୍ଲାରେ ଧସେଇ ପଶିଥିଲେ।  ଯେଉଁଠାରେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରନ୍ତି, ସେଠାରେ ଚଢ଼ି ସେମାନେ ନିଜ ଖାଲସା ପତାକା ଉତ୍ତୋଳନ କରିଥିଲେ। ଏହି ପତାକା ଉତ୍ତୋଳନ କରିଥିବା ବ୍ୟକ୍ତି ଜଣକ ଯୁଗରାଜ ବୋଲି ପୁଲିସ ଚିହ୍ନଟ କରିଛି।

The post ଲାଲକିଲ୍ଲାରେ ପତାକା ଉଡ଼ାଇଥିଲେ ଯୁଗରାଜ, ବାପା-ମା’ ଫେରାର appeared first on Odisha Reporter.



from Odisha Reporter https://ift.tt/3rbaQEz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages