ଅନ୍‌ଲାଇନ୍‌ ଲୁଟେରାଙ୍କ ନୂଆ ଗେମ୍‌ ପ୍ଲାନ୍‌; ହନିଟ୍ରାପ୍‌ରେ ଫସାଇ ଲୁଟି ନେଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ଅନ୍‌ଲାଇନ୍‌ ଲୁଟେରାଙ୍କ ନୂଆ ଗେମ୍‌ ପ୍ଲାନ୍‌; ହନିଟ୍ରାପ୍‌ରେ ଫସାଇ ଲୁଟି ନେଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେସ୍‌ବୁକରୁ ଆରମ୍ଭ ହେଉଥିବା ବନ୍ଧୁତା କ୍ରମଶଃ ଅନ୍ତରଙ୍ଗ ହେବା ପରେ ଆରମ୍ଭ ହେଉଛି ବ୍ଲାକମେଲିଂ। ଅନ୍ତରଙ୍ଗ ଭିଡିଓ ବାହାରେ ପ୍ରଘଟ କରିଦେବାର ଧମକ ଦେଇ ୟୁପିଆଇ ଜରିଆରେ ଟଙ୍କା ଲୁଟ୍ କରିବା ସହ କାର୍ଡରୁ ଗୋପନୀୟ ତଥ୍ୟର ଅପବ୍ୟବହାର କରୁଛନ୍ତି ଲୁଟେରା । ଯୁବପିଢିଙ୍କଠାରୁ ବୟସ୍କ ଲୋକ ଅନଲାଇନ୍‌ରେ ହେଉଥିବା ଏହି ଠକେଇ ରାକେଟର ଶିକାର ହେଉଛନ୍ତି । ରାଜଧାନୀରେ ଦିନକୁ ଦିନ ଅନଲାଇନ୍‌ ଠକେଇ ବଢିବାରେ ଲାଗିଥିବା ବେଳେ ଏପରି ରହୁଛି ଲୁଟେରାଙ୍କ ଗେମ୍‌ ପ୍ଲାନ୍‌।

ରାଜଧାନୀରେ ଦିନକୁ ଦିନ ଅନଲାଇନ ଠକେଇ ବଢିବାରେ ଲାଗିଥିବା ବେଳେ  ୩ ଦିନ ଭିତରେ ଲୁଟେରାମାନେ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି । ସେଥିରୁ ମାତ୍ର  ୧୯ହଜାର ଟଙ୍କା ବ୍ଲକ କରିବାରେ ପୁଲିସ୍‌ ସକ୍ଷମ ହୋଇଥିବା ବେଳେ ଅଦୃଶ୍ୟ ଲୁଟେରାଙ୍କ ଟେର ପାଉନି  ପୁଲିସ୍‌ । ସେପଟେ ସାଇବର ଠକେଇରେ ସଂପୃକ୍ତି ଅଭିଯୋଗରେ ୨୦ଟି ଫୋନ୍ ନମ୍ବରକୁ ବ୍ଲକ କରିବାକୁ ସୁପାରିସ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଅଜଣା ବ୍ୟକ୍ତିଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଦେବା, କ୍ରେଡିଟ କାର୍ଡ଼ରେ ରିଓ୍ୱାର୍ଡ ପଏଣ୍ଟ ଅବା ଲୋଭରେ ପଡି ବିଭିନ୍ନ ଲିଙ୍କକୁ କ୍ଲିକ କରିବା ଭଳି ତଥ୍ୟ ଶେଆର କରିବା ସାଇବର ଲୁଟେରାଙ୍କୁ ସୁହାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ଗ୍ରାହକଙ୍କ କ୍ରେଡିଟ କାର୍ଡ ରଦ୍ଦ ଆବେଦନର କିଛି ସମୟ ପରେ ଲୁଟେରାଙ୍କ ନିକଟରୁ କଲ ଆସିଥିଲା । ଲୋକଙ୍କୁ ସଚେତନ କରାଯିବା ସତ୍ତ୍ୱେ ସେମାନେ ଓଟିପି ଶେଆର କରି ଦେଉଛନ୍ତି।  ଆଉ ୫୦ ହଜାର ଟଙ୍କା ସାଇବର ଲୁଟେରାମାନେ ଲୁଟି ନେଇଥିଲେ । ଏହି ଲୁଟରେ କଲସେଣ୍ଟରକୁ ସ୍କାନରରେ ରଖାଯାଇଥିବା ଡିସିପି କହିଛନ୍ତି।

ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଗତ ୩ ଦିନରେ ସାଇବର ଲୁଟେରାମାନେ ରାଜଧାନୀରୁ ୧୦ ଲକ୍ଷ ୫୮ହଜାରରୁ ଅଧିକ ଟଙ୍କା ଲୁଟ କରିଛନ୍ତି ।  ଜାନୁଆରୀ ୨୪ରେ ୩ଲକ୍ଷ ୮୬ ହଜାର ଟଙ୍କା, ୨୫ରେ ୩ଲକ୍ଷ ୫୩ ହଜାର ଟଙ୍କା ଓ ୨୬ରେ ୨ଲକ୍ଷ ୯୮ ହଜାର ଟଙ୍କା ଠକେଇ ହୋଇଛି ।

ଗତ ୩ ଦିନରେ ୧୨୩ଟି ପ୍ରଡ କଲ୍‌ ସମ୍ପର୍କୀତ କଲ ଆସିଛି। ଭୁବନେଶ୍ୱରରୁ ୪୬ ଓ ଭୁବନେଶ୍ୱର ବାହାରୁ ୭୭ଟି ଠକେଇ କଲ୍‌ ଆସିଛି। କାର୍ଡ ଜରିଆରେ ୯ଟି ଠକେଇ ହୋଇଥିବା ବେଳେ ୟୁପିଆଇ ଜରିଆରେ ୧୪ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି।

The post ଅନ୍‌ଲାଇନ୍‌ ଲୁଟେରାଙ୍କ ନୂଆ ଗେମ୍‌ ପ୍ଲାନ୍‌; ହନିଟ୍ରାପ୍‌ରେ ଫସାଇ ଲୁଟି ନେଉଛନ୍ତି appeared first on Odisha Reporter.



from Odisha Reporter https://ift.tt/39p9ekf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages