ମରଣ ମୁହଁରୁ ବଞ୍ଚାଇବା ପରେ ଚାପୁଡାଟିଏ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 2, 2021

ମରଣ ମୁହଁରୁ ବଞ୍ଚାଇବା ପରେ ଚାପୁଡାଟିଏ ଦେଲେ

ମୁମ୍ବାଇ: ଦେବଦୂତ ସାଜି ମୃତ୍ୟୁ ମୁଖରୁ ବଞ୍ଚାଇଲେ କନଷ୍ଟେବଳ। ଚଳନ୍ତା ଟ୍ରେନ ଆଗରୁ ୬୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ପୁଲିସ ବାବୁ ଟାଣି ଆଣି, ଚାପୁଡା ଟିଏ ଦେଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଦହିସରା ରେଲୱେ ଷ୍ଟେସନରେ।

ଶୁକ୍ରବାର ନୂଆବର୍ଷ ଅବସରରେ ମୁମ୍ବାଇ ଦହିସରା ରେଲୱେ ଷ୍ଟେସନ ଟିକେ ଖାଁ ଖାଁ ଥିଲା। ଏହି ସମୟରେ ଟ୍ରାକରେ ଜଣେ ୬୦ ବର୍ଷୀୟ ବୃଦ୍ଧି ଫସି ଯାଇଥିଲେ। ରେଲୱେ ଟ୍ରାକରେ ବୃଦ୍ଧଙ୍କ କିଛି ଜିନିଷ ପଡିଯାଇଥିବା ବେଳେ ସେ ତାକୁ ଉଠାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସାମ୍ନା ପଟରୁ ଟ୍ରେନ ଆସିଥିଲା। ଏତିକି ବେଳେ ମହାରାଷ୍ଟ୍ର ରେଲୱେ ପୁଲିସର ଜଣେ କନଷ୍ଟେବଳ ଦୌଡି ଆସି ତାଙ୍କୁ ଉପରକୁ ଟାଣି ଆଣିଥିଲେ। ଏହାପରେ ବୃଦ୍ଧଙ୍କୁ ଚାପୁଡା ଟିଏ ମଧ୍ୟ ମାରିଥିଲେ। ଏହି ଘଟଣାର ପୁରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।


ମୃତ୍ୟୁ ମୁଖରୁ ୬୦ ବର୍ଷୀୟ ବୃଦ୍ଧଙ୍କୁ ବଞ୍ଚାଇବା ପରେ କନଷ୍ଟେବଳ ଜଣକ ତାଙ୍କୁ ସଚେତନ କରାଇବା ସହ ଘରେ ସୁରକ୍ଷିତ ଭାବ ପହଞ୍ଚାଇଛନ୍ତି। କନଷ୍ଟେବଳଙ୍କ ଏଭଳି ମହତ କାମ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି।

The post ମରଣ ମୁହଁରୁ ବଞ୍ଚାଇବା ପରେ ଚାପୁଡାଟିଏ ଦେଲେ appeared first on Odisha Reporter.



from Odisha Reporter https://ift.tt/2LcO2Eu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages