କୋହଳ ହେବ ସ୍କୁଲ୍ ଫି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

କୋହଳ ହେବ ସ୍କୁଲ୍ ଫି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋହଳ ହେବ ସ୍କୁଲ୍ ଫି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି କୋହଳ ହେବ। ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ଼ କରିବେ। ୭ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ବାର୍ଷିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ୍ ଫି ଆଦାୟ ହେଉଥିଲେ ୭.୫% ଛାଡ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ୧୨ ହଜାରରୁ ଊର୍ଦ୍ଧ୍ୱ ୨୪ ହଜାରରୁ କମ୍ ଥିଲେ ୧୨% ଛାଡ଼ ହେବ । ୨୪ ହଜାରରୁ ଊର୍ଦ୍ଧ୍ୱ ୪୮ ହଜାରରୁ କମ୍ ଫି ଥିଲେ ୧୫% ଛାଡ଼ ହେବ । ୪୮ ହଜାରରୁ ଅଧିକ   ୭୨ ହଜାରରୁ କମ୍ ଥିଲେ ୨୦% ଛାଡ଼ ହେବ। ୭୨ ହଜାରରୁ ଊର୍ଦ୍ଧ୍ୱ ଏକଲକ୍ଷରୁ କମ୍ ଥିଲେ ୨୫% ଛାଡ଼  ହେବ। ବାର୍ଷିକ ସ୍କୁଲ ଫି ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬% ଛାଡ଼ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ।

ଏହାବ୍ୟତୀତ  ହଷ୍ଟେଲ ଫି ୩୦% ଛାଡ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ଓ ଖାଦ୍ୟ ବାବଦରେ ମନଇଚ୍ଛା ଅର୍ଥ ଆଦାୟ କରିପାରିବେନି ସ୍କୁଲ କର୍ତ୍ତୃପକ୍ଷ ।

ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫଇ, ଏକ୍ସଟର୍ନାଲ  ଏକଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫିସ, ରିଆଡମିସନ ଫି, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦି ଆଦାୟ ନ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ସ୍କୁଲ ଫି ଛାଡ଼ ମାମଲାରେ ଶୁଣାଣି ସମୟରେ ଘରୋଇ ସ୍କୁଲ ଫି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ କିଛି ବ୍ୟବସ୍ଥା ନାହିଁ। ଏହାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ   ଘରୋଇ ସ୍କୁଲ ଉପରେ ସରକାରଙ୍କ ପୂର୍ଣ୍ଣ କ୍ଷମତା ଥିବା ଦର୍ଶାଯାଇତିଲା।  ଏହାପରେ ଏଦିଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

The post କୋହଳ ହେବ ସ୍କୁଲ୍ ଫି appeared first on Odisha Reporter.



from Odisha Reporter https://ift.tt/2M0S5El

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages