ଜାନୁଆରୀ ୨୦, ବୁଧବାର, ଆର୍ଥିକ ଉନ୍ନତି ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ଜାନୁଆରୀ ୨୦, ବୁଧବାର, ଆର୍ଥିକ ଉନ୍ନତି ହେବ

ମେଷ: ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ଯାହାର ଭଲ କରିବା ପାଇଁ ଚିନ୍ତା କରିବେ ସେ ହିଁ ଆଘାତ ଦେଇପାରେ । ଦୂରଯାତ୍ରାରେ ଅସୁବିଧା ଭୋଗିବାକୁ ପଡିପାରେ।

ବୃଷ: ଆୟ ବୃଦ୍ଧି ସହ ଆର୍ଥିକ ଉନ୍ନତି ହେବ। ଶତ୍ରୁନାଶ, ଋଣ ନାଶ ଓ ପୁରାତନ ରୋଗରୁ ମୁକ୍ତି ପାଇପାରନ୍ତି। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ।

ମିଥୁନ: ଶୁଭ ସମାଚାର ଶୁଣି ମାନସିକ ସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। କୌଣସି ନୂଆ ଜିନିଷ ଘରକୁ କିଣି ଆଣିପାରନ୍ତି।

କର୍କଟ: ବ୍ୟବସାୟରେ ଉତ୍ତମ ରୋଜଗାର ହେଲେ ମଧ୍ୟ ଆର୍ଥିକ ସ୍ଥିତି ସାମାନ୍ୟ ବଦଳିବ। କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗିପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ସିଂହ: ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିବେ। କୌଣସି ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନୁରେ ଯୋଗଦାନ ପାଇଁ ଯାଇ ପାରନ୍ତି। ବିଦ୍ୟାର୍ଥୀମାନଙ୍କର ଶରୀର ଅସୁସ୍ଥ ହୋଇପାରେ।

କନ୍ୟା: ପାରିବାରିକ ସମସ୍ୟାର ସମାଧାନ ହେବ। ସୁଖ ଶାନ୍ତି ଲାଭ ହେବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମକରି ମାନ ସମ୍ମାନ ବୃଦ୍ଧି ହେବ। ଗୃହ ଜାଗାଜମି , ଗୃହୋପକରଣ କିମ୍ବା ମୂଲ୍ୟବାନ ସାମଗ୍ରୀ କ୍ରୟ କରିପାରନ୍ତି।

ତୁଳା: କର୍ମ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ଶତ୍ରୁମାନଙ୍କୁ ପରାସ୍ତ କରି ପାରିବେ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳ ହେବେ।

ବିଛା: ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି। ଜମିଜମା ସଂକ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପରିବହନ, ବ୍ୟବସାୟ, ଗବେଷଣା, ଯୋଗାଯୋଗ କ୍ଷେତ୍ରରେ କଥାବାର୍ତ୍ତାରେ ସଂଯମତା ରକ୍ଷାକରି ସମସ୍ୟାକୁ ସମାଧାନ କରିପାରିବେ।

ଧନୁ: ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ହେବା ସହ ଅଧିକ ଲାଭ ପାଇପାରନ୍ତି। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇବେ। ପୂର୍ବ ସମସ୍ୟାକୁ ସମାଧାନ କରି ପଡୋଶୀଙ୍କ ସହିତ ମଧୁର ସମ୍ପର୍କ ସ୍ଥାପନ ହେବ।

ମକର: କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବା ସହ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିପାଇବ। ବ୍ୟବସାୟରେ ଲାଭ ପ୍ରାପ୍ତି ହେବ, ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଶରୀର ସୁସ୍ଥ ରହିବା ସହ ଗୃହସ୍ଥ ଜୀବନ ସୁଖମୟ ହେବ।

ମୀନ: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ କରିବା ଫଳରେ ଉନ୍ନତି ହେବ। ଶରୀର ସୁସ୍ଥ ରହିବା ସହ ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡିକ ସମାଧାନ ହେବ।

The post ଜାନୁଆରୀ ୨୦, ବୁଧବାର, ଆର୍ଥିକ ଉନ୍ନତି ହେବ appeared first on Odisha Reporter.



from Odisha Reporter https://ift.tt/3qAWEnL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages