‘ପାପ’ ବି ହୋଇପାରେ ପୂଣ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

‘ପାପ’ ବି ହୋଇପାରେ ପୂଣ୍ୟ

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ପାପିକୁ ନିପାତ କରିବା ପାପ ନୁହେଁ ପୂଣ୍ୟ । ‘ପାପ’ର ସଜ୍ଞା ବି କେତେବେଳେ କେତେବେଳେ ବଦଳି ଯାଇପାରେ, ପାପ ବି ହୋଇପାରେ ପୂଣ୍ୟ। ଏଭଳି କିଛି ଟ୍ୟାଗ୍ ଲାଇନ ସହ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଫିଲ୍ମ ‘ପାପ’। ଆକ୍ସନ ଥ୍ରୀଲରରେ ଭରପୁର ଏହି ଫିଲ୍ମଟି ଜଣେ ଏଭଳି ମହିଳାର କାହାଣୀ ଉପରେ ଆଧାରିତ ଯିଏକି ନିଜ ଯନ୍ତ୍ରଣାକୁ ଶକ୍ତିରେ ପରିଣତ କରି ପାପିମାନଙ୍କୁ ଶାସ୍ତି ଦେବାକୁ ପ୍ରଣ କରିଛି।

ଦେବୀ ଜଣେ ଓଡ଼ିଶୀ ଡ୍ୟାନ୍ସର। ସେ ଓଡ଼ିଶୀ ଡ୍ୟାନ୍ସ କରିବାକୁ ଭଲ ପାଏ, ଏହି ଡ୍ୟାନ୍ସ କଲେ ତାକୁ ଆତ୍ମତୃପ୍ତି ମିଳେ । କିନ୍ତୁ ହଠାତ୍ ଦିନେ ଦୁର୍ଗାପୂଜା ଦିନ ସେ କିଛି ମଦ୍ୟପ ବ୍ୟକ୍ତିଙ୍କ ହାବୁଡରେ ପଡନ୍ତି । ଏହାପରେ ତା’ ଜୀବନରେ ସବୁ କିଛି ବଦଳି ଯାଏ। ଆସେ ନୂଆ ମୋଡ । ଏହାପରେ ସେ ନିଜେ ଦୋଷୀମାନଙ୍କୁ ଦଣ୍ଡ ଦେବାକୁ ସ୍ଥିର କରେ । ଏଭଳି କିଛି କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ।

ନୂଆ କାହାଣୀ ଓ ନୂଆ କନ୍‌ସେପ୍ଟକୁ ନେଇ ଆସୁଥିବା ଏହି ଓଡ଼ିଆ ଫିଲ୍ମର ଲିଡ ରୋଲରେ ଅଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏଥିରେ ଏଲିନାଙ୍କୁ ପ୍ରଥମ କରି ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ତାଙ୍କ ଅପୋଜିଟରେ ଅଛନ୍ତି ଅଭିନେତା ଅଙ୍କିତ କୁମାର । ଅନ୍ୟ ପ୍ରମୁଖ ଭୂମିକାରେ ଅଶ୍ରୁମୋଚନ, ପିଆଲି, ଅଭିଷେକ, ପିଙ୍କି ପ୍ରଧାନ, କୁନାଲ, ଜୟ ପ୍ରକାଶ, ବିଜୁ ବଡଜେନ ଓ ନୁପୂର ଅଛନ୍ତି । ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ତିଆରି ହୋଇଛି । ଏଥିରେ ଓଡ଼ିଆ ମ୍ୟୁଜିକ ଜଗତର ସାଇଣ୍ଟିଷ୍ଟ ପ୍ରେମାନନ୍ଦ ମ୍ୟୁଜିକ ଦେଇଛନ୍ତି । ଫିଲ୍ମରେ ହ୍ୟୁମନ ସାଗର ଏବଂ ଦୀପ୍ତି ରେଖା ଗୀତ ଗାଇଛନ୍ତି । ଲିରିକ୍ସ ଦାୟିତ୍ବରେ ସରୋଜ ପଟ୍ଟନାୟକ ଥିବା ବେଳେ ପ୍ରଯୋଜନା ଦାୟିତ୍ବରେ କବିର ଦାସ ଅଛନ୍ତି । ପ୍ରଥମଥର ପାଇଁ ଏହି ଓଡ଼ିଆ ଫିଲ୍ମଟି ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

The post ‘ପାପ’ ବି ହୋଇପାରେ ପୂଣ୍ୟ appeared first on Odisha Reporter.



from Odisha Reporter https://ift.tt/3hTHBCv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages