ସତ ହୋଇଗଲା ଅଭିନୟ; ନୀରବି ଗଲେ ରବି ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ସତ ହୋଇଗଲା ଅଭିନୟ; ନୀରବି ଗଲେ ରବି ମିଶ୍ର

କଟକ(ଓଡ଼ିଶା ରିପୋର୍ଟର): ଗତକାଲି ହୃଦଘାତର ମିଛିମିଛିକା ଅଭିୟନ କରୁଥିଲେ। ଏହି ସମୟରେ କିନ୍ତୁ ହୋଇଥିଲା ସତସତିକା ହୃଦଘାତ। ଆଉ ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା।  ସୁଟିଂସେଟରୁ ସିଧା ମେଡିକାଲ। ଆଉ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କଲେ ବର୍ଷୀୟାନ ଅଭିନେତା ରବି ମିଶ୍ର।

‘ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ର ଶେଷରେ ନୀରବି ଗଲେ। ୬୪ ବର୍ଷ ବୟସରେ ହୃଦଘାତରେ ତାଙ୍କ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଏହି ଲୋକପ୍ରିୟ ଅଭିନେତା ଆଖି ବୁଜିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ସୁଟିଂସେଟ୍‌ରେ ହୃଦ୍‌ଘାତର ଅଭିନୟ କଲା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ପକ୍ଷରୁ କୁହାଯାଇଛି।

ଉଭୟ ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ଅଭିନୟ କରି ନିଜ ଛାପ ଛାଡ଼ି ଯାଇଛନ୍ତି ରବି ମିଶ୍ର। ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ  ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ବେଳେ ଲୋକଙ୍କୁ ଯୋଗାଉଥିଲା ହସର ଖୋରାକ।

The post ସତ ହୋଇଗଲା ଅଭିନୟ; ନୀରବି ଗଲେ ରବି ମିଶ୍ର appeared first on Odisha Reporter.



from Odisha Reporter https://ift.tt/3irehUm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages