ମାଲକାନଗିରି(ଜିତେନ୍ଦ୍ର ବେଉରା): ହୁ ହୁ ହୋଇ ଜଳିଗଲା ଗଞ୍ଜେଇ ବୋଝେଇ ସ୍କର୍ପିଓ। ମାଲକାନଗିରି ଜିଲ୍ଲା ଚାଲାଣଗୁଡା ନିକଟରେ ଆଜି ଭୋରୁ ଘଟିଛି ଏଭଳି ଦୁର୍ଘଟଣା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନା ମୁତାବକ, ଆଜି ଭୋରୁ ଚାଲାଣଗୁଡା ନିକଟରେ ଏକ ଗଞ୍ଜେଇ ବୋଝେଇ ସ୍କର୍ପିଓ ଗଛରେ ପିଟି ହୋଇଥିଲା । ଏହାପରେ ଗାଡିଟି ଜଳୁଥିବା ସହ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ଗଞ୍ଜେଇ ଜବତ କରିଛି। ଗାଡିଟି କେଉଁ ରାଜ୍ୟର ଏବଂ କେଉଁଠିକୁ ଯାଉଥିଲା ସେନେଇ ପୁଲିସ ସହ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତରେ ଗଞ୍ଜେଇ ବୋଝେଇ ସ୍କର୍ପିଓଟି ପିଟି ହେବା ପରେ ନିଆଁ ଲାଗିଛି, ନା ମାଫିଆମାନ ନିଆଁ ଲଗାଇ ଦେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
The post ଜଳିଗଲା ଗଞ୍ଜେଇ ବୋଝେଇ ସ୍କର୍ପିଓ appeared first on Odisha Reporter.
from Odisha Reporter https://ift.tt/3o0gZRJ
No comments:
Post a Comment