୨ଟି ସ୍ଥାନରେ ଓଲଟିଲା ବସ୍‌; ଜଣେ ମୃତ, ୧୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

୨ଟି ସ୍ଥାନରେ ଓଲଟିଲା ବସ୍‌; ଜଣେ ମୃତ, ୧୪ ଗୁରୁତର

ରାୟଗଡ଼ା/ବଲାଙ୍ଗୀର( ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ବସ୍‌ ଓଲଟି ଜଣେ ଯାତ୍ରୀ ଆଖି ବୁଜିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ବସ୍‌ ଓଲଟି ୫ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ‘ରଘୁନାଥ’ ବସ୍ ଗତକାଲି କଟକରୁ ଜୟପୁର ଅଭିମୁଖେ ଯାଉଥିଲା। ମାତ୍ର ବିଳମ୍ବିତ ରାତିରେ ରାୟଗଡ଼ା  ଜିଲ୍ଲା ବେଥିଆପଡ଼ା ନିକଟରେ ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ଏକ କଲଭର୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା।   ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।  ସ୍ଥାନୀୟ ଲୋକଙ୍କ ସହାୟତରେ ରାୟଗଡା ପୁଲିସ୍‌ ଗୁରୁତରମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ସେହିପରି  ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରାସ୍ତା ରତାଖଣ୍ଡି ମାମୁ ଢାବା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଏକ ଘରୋଇ ବସ ଓଲଟି ପଡିଲା । ଏହି ଦୁର୍ଘଟଣାରେ  ୫ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।        ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ଟି ସୁନାବେଡାରୁ ବାହାରି ଭୁବନେଶ୍ୱର  ଅଭିମୁଖେ ଯାଉଥିଲା ।

The post ୨ଟି ସ୍ଥାନରେ ଓଲଟିଲା ବସ୍‌; ଜଣେ ମୃତ, ୧୪ ଗୁରୁତର appeared first on Odisha Reporter.



from Odisha Reporter https://ift.tt/2NDzqiD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages