୩୦ ଜାନୁଆରୀ, ଶନିବାର: ବଡ଼ ସଫଳତା ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

୩୦ ଜାନୁଆରୀ, ଶନିବାର: ବଡ଼ ସଫଳତା ମିଳିବ

ମେଷ: ଭାବୁଥିବା କାମ ସଂପନ୍ନ ହେବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହେବ। ଆକସ୍ମିକ ଧନ ଖର୍ଚ୍ଚ ହେବ। ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତା ବଢ଼ିବ। କୌଣସି ନୂଆ କାମ ଆରମ୍ଭ ପାଇଁ ଦିନଟି ଭଲ ରହିଛି।

ବୃଷ: ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ। ଆପଣଙ୍କ ବ୍ୟବହାର ଶତୃ ବୃଦ୍ଧି କରିବ। ତେଣୁ ସତର୍କ ରୁହନ୍ତୁ। ରୋଜଗାର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ।

ମିଥୁନ: ଆଜି ବଡ ସଫଳତା ମିଳିବ। ସମୟ ପୂର୍ବରୁ କାର୍ଯ୍ୟ ସଂପନ୍ନ ହୋଇଯିବ। ଆପଣଙ୍କ ବ୍ୟବହାରରେ ସହକର୍ମୀ ଖୁସି ହେବେ। ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳିବ।

କର୍କଟ: ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ। ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ସଫଳତା ପାଇଁ ଉଚ୍ଚ ଅଧିକାରୀଙ୍କ ଠାରୁ ପରାମର୍ଶ ମିଳିବ। ପରିବାର ସହ ସମୟ କାଟିବେ।

ସିଂହ: ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବ। ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାମକୁ ପରିବର୍ତ୍ତନ କରିପାରନ୍ତି।

କନ୍ୟା: ଆଜି ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ଅଫିସରେ ନିଜ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାର ଥିଲେ, ଆଜି ହିଁ କରନ୍ତୁ। ଦେଖିବେ ସଫଳତା ମିଳିବ।

ତୁଳା: ଜୀବନସାଥୀଙ୍କ ବ୍ୟବହାର ମନକୁ ଅଶାନ୍ତ କରିବ। ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ। ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବ।

ବିଛା: ନୂଆ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ସମସ୍ତ ଚିନ୍ତାରୁ ଆଜି ମୁକ୍ତି ମିଳିବ। ଅନ୍ୟମାନଙ୍କର ସହଯୋଗ ଆପଣଙ୍କ ମନୋବଳକୁ ସୁଦୃଢ଼ କରିବ।

ଧନୁ: କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ଆର୍ଥିକ ସ୍ଥିତି ଖରାପ ହୋଇପାରେ। ସାମ୍ବାଦିକତା କ୍ଷେତ୍ରରେ ନିଜ କାମ ପାଇଁ ପ୍ରଂଶସା ପାଇବେ।

ମକର: ଘରୋଇ କାର୍ଯ୍ୟକୁ ସଂପନ୍ନ କରିବାରେ ସକ୍ଷମ ହେବେ। କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

କୁମ୍ଭ: ଆଶା କରିଥିବା ଶୁଭ ଖବର ପାଇବେ। କୌଣସି କାର୍ଯ୍ୟରେ ମଧ୍ୟସ୍ଥତା କରନ୍ତୁ ନାହିଁ। ମହିଳାମାନଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

ମୀନ: ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ନିଜର ବ୍ୟବହାର ପାଇଁ ପ୍ରଂଶସା ପାଇବେ। ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଢ଼ିବ।

The post ୩୦ ଜାନୁଆରୀ, ଶନିବାର: ବଡ଼ ସଫଳତା ମିଳିବ appeared first on Odisha Reporter.



from Odisha Reporter https://ift.tt/3pxQZyR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages