ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା। ରବିବାର ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନରେ ମଧ୍ୟ ଏଣିକି ଏହି ବିମାନ ସେବା ଉପଲବ୍ଧ ହେବ।
ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା ୫୫ରେ ପହଞ୍ଚିବ। ପୁଣେଠାରୁ ଅପରାହ୍ନ ୪ଟା ୩୫ରେ ଛାଡି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୦ରେ ପହଞ୍ଚିବ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର ବିମାନବନ୍ଦରରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶରେ ସହାୟକ ହେବ ମନ୍ତ୍ରୀ ବୋଲି କହିଛନ୍ତି।
The post ରାଜଧାନୀରୁ ପୁଣେ ଉଡ଼ିଲା ବିମାନ appeared first on Odisha Reporter.
from Odisha Reporter https://ift.tt/3oew96e
No comments:
Post a Comment