‘ଖୁବ୍‌ ଶୀଘ୍ର ପହଞ୍ଚିଯିବ ଆପଣଙ୍କ କେଟିଏମ୍‌ ବାଇକ୍‌’‌ କହି ଲୁଟିନେଲେ ୭୩ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

‘ଖୁବ୍‌ ଶୀଘ୍ର ପହଞ୍ଚିଯିବ ଆପଣଙ୍କ କେଟିଏମ୍‌ ବାଇକ୍‌’‌ କହି ଲୁଟିନେଲେ ୭୩ ହଜାର

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଅନ୍‌ଲାଇନ୍‌ରେ କେଟିଏମ୍‌ ବାଇକ୍‌ କିଣିବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ୨ ଯୁବକ। ଗାଡ଼ି ବୁକ୍‌ ହୋଇଗଲା, ଖୁବ୍‌ ଶୀଘ୍ର ପହଞ୍ଚିବ, ଇନସୁରାନ୍ସ ଚାଲିଛି କହି ଥରକୁ ଥର ମୋଟା ଅଙ୍କର ଟଙ୍କା ଲୁଟି ଚାଲିଲା ଅନ୍‌ଲାଇନ୍‌ ଠକ। ଆଉ ଗାଡ଼ି ପାଇବା ନିଶାରେ ଥରକୁ ଥର ଟଙ୍କା ପଠାଇଚାଲିଲେ ଜଣେ ସରପଞ୍ଚଙ୍କ ପୁଅ ସମେତ ଜଣେ  ଜେସିବି ଡ୍ରାଇଭର। ଶେଷରେ କିନ୍ତୁ ଗାଡ଼ିର ଦେଖା ମିଳି ନ ଥିବା ବେଳେ ଆକାଉଣ୍ଟରୁ ଗାଏବ ହୋଇଗଲା ୭୩ ହଜାର ୨ସହ ଟଙ୍କା । ପରେ ଠକାମୀର ଶିକାର ହୋଇଥିବା ଜାଣିପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ୨ ଯୁବକ।

ଠକାମୀର ଶିକାର ହୋଇଥିବା ୨ ଯୁବକ ହେଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର  ସରପଞ୍ଚ ଉତ୍ମେ ହୁଇକାଙ୍କ ପୁଅ ସଚିନ ହୁଇକା ଓ ଅନ୍ୟ ଜଣେ ଖାଲକଣା ଗ୍ରାମର ଜେସିବି ଡ୍ରାଇଭର ସୁଖ ସାର୍କା ।

ଏମାନେ ଫେସବୁକରେ ଲାଇକ୍ କରି କେଟିଏମ୍ ବାଇକ୍‌ ସକାଶେ ପ୍ରଥମେ ୩ ହଜାର ଟଙ୍କା ଅନଲାଇନରେ ପୈଠ କରିଥିଲେ ।  ଆପଣଙ୍କ ବାଇକ୍ ରେଜିଷ୍ଟ୍ରେସନ ହେଇଗଲା, ଆପଣଙ୍କୁ ହୋମ ଡେଲିଭେରି ଦିଆଯିବ ବୋଲି କହିଥିଲା ଅନଲାଇନ୍‌ ସାଇବର ଠକ  ।  କେବଳ ସେତିକି ନୁହେଁ ଆପଣ ଅନଲାଇନରେ ଟଙ୍କା ପୈଠ କରିବେ ନା ନଗଦ ଆକାରରେ ଟଙ୍କା ଦେବେ ବୋଲି ପଚାରିଥିଲା। ସେଇ ସାଇବର ଠକର କଥାକୁ ବିଶ୍ୱାସ କରି ଏହି ଦୁଇଜଣ ୨୧ ତାରିଖରେ ୨୨ହଜାର,୨୨  ତାରିଖରେ ୧୮ହଜାର ଟଙ୍କା ପଇଠ କରିଥିଲେ।

ଟଙ୍କା ପାଇସାରିବା ପରେ ସାଇବର ଠକ ଜଣକ ୧୮ ହଜାର ୪ ଶହ ଟଙ୍କା ଦେବାକୁ କହିଥିଲି, କିନ୍ତୁ ତମେ ୧୮ ହଜାର ଦେଇଥିବାରୁ ସେ ଟଙ୍କା ଫେରାଇ ଦେଇଥିଲା। ଏହାପରେ ପୁଣି ୨ ଯୁବକ ୧୮ ହଜାର ୪ ସହ ଟଙ୍କା ଦେଇଥିଲେ । ଟଙ୍କା ପାଇବାର କିଛି ସମୟ ପରେ ତମ ଗାଡି ରାୟଗଡାରେ  ପହଞ୍ଚି ଯାଇଛି, ଇନ୍ସୁରାନ୍ସ କାମ ଚାଲିଛି, ଆଉ ଦେଢ ଘଣ୍ଟା ପରେ ତମ ଗାଡି ଲକ୍ଷ୍ମୀପୁରରେ ପାଇଯିବ ବୋଲି କହି ଇନ୍ସୁରାନ୍ସ ବାବଦକୁ ୧୪ ହଜାର ୮ସହ ଟଙ୍କା ମାଗିଥିଲା । ପୁଣି ଏମାନେ ବିଶ୍ୱାସ କରି ସେ କହିବା ଅନୁଯାୟୀ ଟଙ୍କା ଅନଲାଇନରେ ପୈଠ କରିଥିଲେ।

ଏଇଭଳି ୭୩ ହଜାର ୨ସହ ଟଙ୍କା ଅନଲାଇନରେ ପୈଠ କରି ଘଣ୍ଟା ଘଣ୍ଟା ଜଗି ରହିଥିଲେ ମଧ୍ୟ ବାଇକର ଦେଖା ନଥିଲା। ପରେ ଏମାନେ ଠକାମିର ଶିକାର ହୋଇଥିବା ଜାଣିପାରି ଲକ୍ଷ୍ମୀପୁର ଥାନାର ଦ୍ଵାରସ୍ଥ ହୋଇଥିଲେ।

The post ‘ଖୁବ୍‌ ଶୀଘ୍ର ପହଞ୍ଚିଯିବ ଆପଣଙ୍କ କେଟିଏମ୍‌ ବାଇକ୍‌’‌ କହି ଲୁଟିନେଲେ ୭୩ ହଜାର appeared first on Odisha Reporter.



from Odisha Reporter https://ift.tt/2Y8C69V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages