ଖୋର୍ଦ୍ଧା(ବଳରାମ ଲେଙ୍କା): ଆଜି ଚିଲିକା ହ୍ରଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟା ଆରମ୍ଭ ହୋଇଛି ଏହି ପକ୍ଷୀ ଗଣନା କାର୍ଯ୍ୟ । ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ଏଥିରେ ୧୧୧ ଜଣ ସଦସ୍ୟ ରହିଛନ୍ତି । ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ୨୧ଟିମ ମଧ୍ୟରୁ ୧୯ଟି ଟିମ୍ ଜଳଭାଗରେ ଏବଂ ୨ଟି ଟିମ୍ ସ୍ଥଳଭାଗରେ ଗଣନା କାର୍ଯ୍ୟ କରିବେ ।
ପକ୍ଷୀ ଗଣତି ନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି CDA କାର୍ଯ୍ୟାଳୟରେ ଏ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ସଦସ୍ୟମାନଙ୍କୁ ପକ୍ଷୀ ଗଣନା ବିଷୟରେ ସୂଚନା ଦିଆଯାଇଥିଲା।
ସମଗ୍ର ଚିଲିକା ତଥା ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ ଏହି ଗଣନା ଆରମ୍ଭ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।
ମୁଖ୍ୟତଃ ୨ଟି ପଦ୍ଧତିରେ ଏହି ପକ୍ଷୀ ଗଣନା କରାଯାଏ। ପ୍ରଥମ ପଦ୍ଧତି ହେଲା ଏକକ ପଦ୍ଧତି। ଏଥିରେ ଚିଲିକା ମଧ୍ୟରେ ଯେଉଁଠି ଅଳ୍ପ ସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାନ୍ତି ସେଠାରେ କ୍ରମିକ ସଂଖ୍ୟା ଅନୁଯାୟୀ, ପକ୍ଷୀ ସଂଖ୍ୟା ଓ ପ୍ରଜାତି ଗଣନା ହୁଏ। ଦ୍ୱିତୀୟ ପଦ୍ଧତି ହେଲା ବ୍ଲକ ପଦ୍ଧତି। ଏହି ପଦ୍ଧତିରେ ଯେଉଁଠି ପକ୍ଷୀ ଗଣନା କରି ହୁଏ ନାହିଁ ଏବଂ ଅସଂଖ୍ୟା ସଂଖ୍ୟାରେ ସମାଗମ ହୋଇଥାନ୍ତି ସେଠାରେ ବାଇନାକୁଲାର ପରଧି ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ବ୍ଲକ ତିଆରି କରାଯାଏ। ଏହିପରି ଏକାଧିକ ବ୍ଲକ କରି ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟାର ମିଶ୍ରଣ କରାଯାଏ।
The post ଆଜିଠୁ ଚିଲିକାରେ ପକ୍ଷୀ ଗଣନା appeared first on Odisha Reporter.
from Odisha Reporter https://ift.tt/3ofT9T6
No comments:
Post a Comment