‘ପୁଲିସ୍‌ ଉପରେ ଭରସା ପାଉନି, ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 4, 2021

‘ପୁଲିସ୍‌ ଉପରେ ଭରସା ପାଉନି, ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ’

ଯାଜପୁର(ଓଡ଼ିଶା ରିପୋର୍ଟର): “୪ଟା ପିଲା ଗାଁ ଦାଣ୍ଡରେ ଖେଳୁଥିଲେ, ହେଲେ ହଠାତ୍‌ ମୋ ଝିଅ ଗାଏବ ହୋଇଗଲା। ଏହା ପଛରେ ନିହାତି ଗାଁର କେହି ସାମିଲ ଅଛନ୍ତି। ୬ ମାସ  ବିତିଲାଣି, ପୁଲିସ୍‌ କହୁଛି ତଦନ୍ତ ଚାଲିଛି।  ତଦନ୍ତ ଠିକ୍‌ ଭାବେ ହୋଇଥିଲେ ମୋ ଝିଅକୁ ମୁଁ ଫେରି ପାଇଥାନ୍ତି।  ହେଲେ ମୋ ଝିଅ ମିଳୁ ନ ଥିବାରୁ  ପୁଲିସ୍‌ ଉପରେ ଭରସା ପାଉନି।   କ୍ରାଇମବ୍ରାଞ୍ଚ ତଦନ୍ତ ହେଉ। ମୋ ଝିଅକୁ ସୁରକ୍ଷିତ ଭାବେ ଫେରାନ୍ତୁ।  ମୋ ଝିଅ କୋଉଠି ଥିବ, କେମିତି ଥିବ କ’ଣ ଖାଉଥିବ ଆମେ କିଛି ଜାଣି ପାରୁନି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସିବ।  ପୁଲିସ୍‌ ତଦନ୍ତ କରୁଛି ବୋଲି ପ୍ରତିଶ୍ରୁତି ଦେଉଛି। ହେଲେ ଫଳ ଶୂନ।  ଶେଷରେ ନିଜ ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ।”

ଏପରି ଚେତାବନୀ ଦେଇଛନ୍ତି  ଯାଜପୁର ଜିଲ୍ଲା ମଧୁସୁଦନପୁର ଗାଁରୁ ନିଖୋଜ ପିହୁର ପରିବାର ଲୋକେ। ଝିଅକୁ ଅନାଇ ଅନାଇ ୬ ମାସ ବିତିବା ପରେ ଶେଷରେ ପରିବାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ମଧୁସୁଦନପୁର ଗାଁର ଲକ୍ଷ୍ମଣ ନାୟକଙ୍କ ୨ ବର୍ଷର ଝିଅ ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ଏନେଇ ତାଙ୍କ ମା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ  ପୁଲିସ୍‌   ଏହାକୁ ହାଲୁକା ଭାବେ ନେଇ ଏକ ନିଖୋଜ ମାମଲ ରୁଜୁ କରି ଚୁପ ହୋଇ ବସିଥିବା ଅଭିଯୋଗ ହୋଇଥିଲା ।

ପିହୁ ନିଖୋଜର ୪ ମାସ ପରେ ଘଟଣା ଗଣାମାଧ୍ୟମରେ ପ୍ରସାର ହେବା ପରେ ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହି ଘଟଣାର ତଦନ୍ତକାରୀ ଅଫିସରଙ୍କୁ ବଦଳାଯାଇ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏବେ ବି ପିହୁ ସମ୍ପର୍କରେ ପୁଲିସ୍‌  କୌଣସି ସୁରାଗ ପାଇବାରେ ଅସମର୍ଥ ହୋଇଛି । ନିଖୋଜ ପିହୁକୁ ଫେରି ପାଇବା ଦାବିରେ ମା’, ବାପା ସମେତ ତାର ଆଇମା’  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏନେଇ ପରିବାର ଲୋକେ ଆଗାମୀ ଦିନରେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ। ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ପୁଲିସ ପିହୁକୁ ଖୋଜୁ ନଥିବା ଅଭିଯୋଗ ହୋଇଛି। ସେପଟେ ପିହୁର ବାପା ବେଙ୍ଗାଲୁରୁରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାରିନଥିଲେ।

ନୟାଗଡ଼ର କୁନି ଝିଅ ‘ପରୀ’ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ  ୨ ବର୍ଷର କୁନି ଝିଅ ‘ପିହୁ’ ଗାଁରେ ଦାଣ୍ଡରେ ଖେଳୁଥିବା ବେଳେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଥଇଲା।  ପ୍ରାୟ ୬ ମାସ ପରେ ବି ପୁଲିସ କୌଣସି ସୁରାଗ ପାଇପାରୁ ନ ଥିବାରୁ  ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଥିବା ଅଭିଯୋଗ ହେଉଛି।

The post ‘ପୁଲିସ୍‌ ଉପରେ ଭରସା ପାଉନି, ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ’ appeared first on Odisha Reporter.



from Odisha Reporter https://ift.tt/2JIYrY8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages