ବ୍ରିସବେନ: ଆହତ ସମସ୍ୟା ଯୋଗୁ ଚିନ୍ତାରେ ଥିବା ଟିମ୍ ଇଣ୍ଡିଆ ଆଜି ଅନଭିଜ୍ଞ ବୋଲିଂ ଆଟାକ ସହ ପଡ଼ିଆକୁ ଓହ୍ଲାଇଛି। ତେବେ ବର୍ତ୍ତମାନ ଯାଏ ଯୁବ ବୋଲରମାନେ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାରେ ସମର୍ଥ ହୋଇଛନ୍ତି। ଆଜି ଭାରତ ପାଇଁ ଟି ନଟରାଜନ ଓ ୱାଶିଂଟନ ସୁନ୍ଦର ଡେବ୍ୟୁ କରୁଛନ୍ତି।
ନଟରାଜନ ଏଯାଏ ୱିକେଟ ପାଇ ନଥିଲେ ହେଁ ୱାଶିଂଟନ ସୁନ୍ଦର ବଡ଼ ସଫଳତା ପାଇଛନ୍ତି। ସେ ଅଷ୍ଟ୍ରେଲିଆ ତଥା ବିଶ୍ୱର ଦୁଇ ନମ୍ବର ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଆଉଟ କରିଦେଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର ପ୍ରଥମ ୱିକେଟ।
ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳୀୟ ସ୍କୋର ୧୭ ଥିବା ବେଳେ ଦଳ ଦୁଇ ଓପନରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ମାର୍ନସ ଲାବୁଶେନ ଓ ଷ୍ଟିଭ ସ୍ମିଥ ସ୍ଥିତି ସମ୍ଭାଳିଥିଲେ। ଉଭୟ ଲଞ୍ଚ ସୁଦ୍ଧା ୨୭ ଓଭର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୬୫ରେ ପହଞ୍ଚାଇ ଦେଇଥିଲେ।
ଲଞ୍ଚ ପରେ ମଧ୍ୟ ଉଭୟ ଦମଦାର ବ୍ୟାଟିଂ କରିଥିଲେ। ତେବେ ଦଳୀୟ ସ୍କୋର ୮୭ ଥିବା ବେଳେ ସୁନ୍ଦରଙ୍କ ବଲରେ ସ୍ମିଥ ଶର୍ଟ ମିଡଅଫରେ ଥିବା ରୋହିତ ଶର୍ମାଙ୍କୁ କ୍ୟାଚ୍ ଦେଇ ବସିଥିଲେ। ରୋହିତ ମଧ୍ୟ ଏହାକୁ ମିସ୍ କରି ନଥିଲେ।
ଆଉଟ ହେବା ବେଳକୁ ସ୍ମିଥ ୩୬ ରନ୍ କରିଥିଲେ। ଏବେ ବି ଲାବୁଶେନ କ୍ରିଜ୍ରେ ଅଛନ୍ତି। ତାଙ୍କ ସହ ମାଥ୍ୟୁ ୱେଡ ବ୍ୟାଟିଂ କରୁଛନ୍ତି। ଅଷ୍ଟ୍ରେଲିଆର ଆଉ ଦୁଇଟି ୱିକେଟ ମଧ୍ୟରୁ ଗୋଟିଏ ମହମ୍ମଦ ସିରାଜ ଓ ଆଉ ଗୋଟିଏ ଶାର୍ଦ୍ଦୁଳ ଠାକୁର ନେଇଛନ୍ତି।
ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୪୬ ଓଭରରେ ୩ ୱିକେଟ ହରାଇ ୧୧୪ ରନ୍ କରିଛି।
The post ଡେବ୍ୟୁରେ ସ୍ମିଥଙ୍କ ୱିକେଟ ଦଖଲ କଲେ ୱାଶିଂଟନ ସୁନ୍ଦର appeared first on Odisha Reporter.
from Odisha Reporter https://ift.tt/2XJJEzX
No comments:
Post a Comment