ଦିଆସିଲି କାଠିରେ ଟ୍ୟାଙ୍କ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 14, 2021

ଦିଆସିଲି କାଠିରେ ଟ୍ୟାଙ୍କ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଆସିଲି କାଠିରେ ତିଆରି ହୋଇଛି ଟ୍ୟାଙ୍କ। ଟ୍ୟାଙ୍କରେ ଲାଗିଛି ଭାରତର ଜାତୀୟ ପତାକା। ଏହି ସୁନ୍ଦର ଟ୍ୟାଙ୍କଟିକୁ ତିଆରି କରିଛନ୍ତି ଓଡ଼ିଶାର ଶାଶ୍ୱତ ରଞ୍ଜନ ସାହୁ।

ପୁରୀରେ ରହୁଥିବା ଶାଶ୍ୱତଙ୍କୁ ଏହି ଟ୍ୟାଙ୍କ ତିଆରି କରିବାକୁ ଲାଗିଥିଲା ୬ ଦିନ। ଏଥିରେ ୨୨୫୬ଟି ଦିଆସିଲି କାଠି ବ୍ୟବହାର କରାଯାଇଛି। ଟ୍ୟାଙ୍କଟିର ଉଚ୍ଚତା ୯ ଇଞ୍ଚ ହୋଇଥିବା ବେଳେ ଚଉଡ଼ା ୮ ଇଞ୍ଚ। ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏହି ଟ୍ୟାଙ୍କକୁ ଉତ୍ସର୍ଗ କରିଛନ୍ତି ଶାଶ୍ୱତ।

କେବଳ ଏହି ଟ୍ୟାଙ୍କ ନୁହେଁ, ପୂର୍ବରୁ ଦିଆସିଲି କାଠିରେ ଅନେକ କଳାକୃତି ତିଆରି କରି ପ୍ରଶଂସିତ ହୋଇଛନ୍ତି ଶାଶ୍ୱତ। ନିକଟରେ ନୂଆ ବର୍ଷ ଅବସରରେ ଦିଆସିଲି କାଠିରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ତିଆରି କରି ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟି ଦେଇଥିଲେ। ଏହି କଳାକୃତିଟିର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଥିଲା।

The post ଦିଆସିଲି କାଠିରେ ଟ୍ୟାଙ୍କ୍ appeared first on Odisha Reporter.



from Odisha Reporter https://ift.tt/2LP4hrR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages