ବନ୍ଧୁକ ମୁନରେ କେକ୍‌ କାଟି ଫସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

ବନ୍ଧୁକ ମୁନରେ କେକ୍‌ କାଟି ଫସିଗଲେ

ଉତ୍ତରପ୍ରଦେଶ: ଭାରି ପଡିଲା ଜନ୍ମଦିନ ଉତ୍ସବ। ଛୁରୀ ବଦଳରେ ବନ୍ଧୁକରେ କାଟିଲେ କେକ୍‌। ଭିଡିଓ ଭାଇରାଲ ପରେ ଫସିଗଲେ। ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରେ ଘଟିଛି କିଛି ଏଭଳି ଘଟଣା। ସେଠାକାର ଜଣେ ଗୁଡ୍ଡୁ ନାମକ ଯୁବକ ନିଜ ଜନ୍ମଦିନ ଉତ୍ସବରେ ଛୁରୀ ବଦଳରେ ବନ୍ଧୁକ ମୁନରେ କେକ୍‌ କାଟିଛନ୍ତି। ଏହି ଉତ୍ସବର ଭିଡିଓ ଭାଇରାଲ ପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ,ଶାହନବାଜ ଓରଫ ଗୁଡ୍ଡୁର ଜନ୍ମଦିନ ଥିଲା। ନିଜ ଜନ୍ମଦିନକୁ ସେ ବେଶ ଧୁମ୍‌ଧାମରେ ପାଳନ କରିଥିଲେ। ଏହାର ଭିଡିଓକୁ ସୋଶାଲ ମିଡିଆରେ ବି ଶେଆର କରିଥିଲେ।  ତେବେ ଏହି ଭିଡିଓ ହାପୁର ପୁଲିସର ନଜରରେ ପଡ଼ିଥିଲା। ଯେଉଁଥିରେ ଅନେକ ଯୁବକ ଏକାଠି ହୋଇ ଜନ୍ମଦିନ ପାଳନ କରିବା ସହ ପାଟିତୁଣ୍ଡ ବି କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହାରି ମଧ୍ୟରେ ଜଣେ ଯୁବକ ବନ୍ଧୁକ ମୁନରେ କେକ୍‌ କାଟୁଥିବା ବି କ୍ୟାମେରାରେ କଏଦ ହୋଇଥିଲା।


ଭିଡିଓ ଦେଖିବା ପରେ ଏସପି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ପରେ ପୋଲିସ ଗୁଡୁ ଓ ଶାକିବ ଓରଫ ଭୁରା ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରିଛି ପୁଲିସ।  ଶାହନବାଜ ଓରଫ ଗୁଡୁ ମାଜିଦପୁରା ବାସିନ୍ଦା ହୋଇଥିବା ବେଳେ ଭୁରା କରୀମ ମସଜିଦ ଗଳି ହାପୁଡ ନଗରର ବାସିନ୍ଦା ବୋଲି ଜଣାପଡିଛି।

The post ବନ୍ଧୁକ ମୁନରେ କେକ୍‌ କାଟି ଫସିଗଲେ appeared first on Odisha Reporter.



from Odisha Reporter https://ift.tt/3oR1nBd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages