କିଡନୀ ଦଲାଲ ହିଂମାଶୁକୁ ଆଜି ରିମାଣ୍ଡରେ ନେବ ପୁଲିସ୍‌, ଖୋଲିପାରେ ନେଟୱର୍କ ଗୁମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

କିଡନୀ ଦଲାଲ ହିଂମାଶୁକୁ ଆଜି ରିମାଣ୍ଡରେ ନେବ ପୁଲିସ୍‌, ଖୋଲିପାରେ ନେଟୱର୍କ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଡନୀ ଦଲାଲ ହିଂମାଶୁ ଭୂଷଣ ନନ୍ଦଙ୍କୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍‌।  ଏନେଇ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଗତକାଲି କମିଶନରେଟ  ପୁଲିସ୍‌କୁ  ଅନୁମତି ଦେଇଛନ୍ତି  । ତେଣୁ ପୁଲିସ୍‌ ହିମାଂଶୁଙ୍କୁ ରିମାଣ୍ଡରେ ନେଇ ଖୋଲିପାରେ ପୁରା ନେଟୱର୍କ ଗୁମର ।

କିଡନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ । ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ ହେବ । ହସ୍ପିଟାଲ, ଡାକ୍ତର ଓ କିଡନୀ  ଡୋନରଙ୍କ ଲିଙ୍କ୍ ସମ୍ପର୍କରେ ରିମାଣ୍ଡ ସମୟରେ ପଚରାଉଚରା କରାଯାଇପାରେ । ତାସହ ହିଂମାଶୁଙ୍କ ସମ୍ପତ୍ତି ସମ୍ପର୍କରେ ବି ତଥ୍ୟ ଯୋଗାଡ଼ କରିଛି ପୋଲିସ୍ । ହିଂମାଶୁ କିଡନୀ ଦେବା ନାଁରେ ୩୦ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ,  କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ। ସେ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ ୫୦ ହଜାର  ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ  ୩ଲକ୍ଷ ୧୯ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ କିଡନୀ ଆଶାୟୀ  ଅଭିଯୋଗ କରିବା ପରେ ନୟାପଲ୍ଲୀ ପୁଲିସ ହିମାଂଶୁକୁ ଗିରଫ କରିଥିଲା।

କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରସାଦି ଧରାପଡିଥିଲା। ଏଥିସହ ନକଲି କାଗଜପତ୍ର ଜରିଆରେ ଲୋକଙ୍କୁ  ଠକିବାକୁ ହିମାଂଶୁ ଜାଲ ବିଛାଇଥିବା ଜଣାପଡ଼ିଥିଲା।

ପୁଲିସର ସୂଚନା ଅନୁଯାୟୀ ହିମାଂଶୁ ନିଜର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା । ସମୀର କିଡନୀ ଦେବ ବୋଲି କହି ତାକୁ ରୋଗୀଙ୍କ ସହିତ ଆବଶ୍ୟକ ପରୀକ୍ଷଣ ଲାଗି କୋଲକତା ବି ପଠାଇଥିଲା । ତେବେ ପ୍ରଶ୍ନ ଉଠୁଛି କିଡନୀ ପ୍ରତିରୋପଣ ଲାଗି ଡିଏମଇଟିଙ୍କ ବିଧିବଦ୍ଧ ଗାଇଡ୍‌ଲାଇନ ରହିଥିବା ବେଳେ ହିମାଂଶୁ କିପରି ଏପରି ସାଂଘାତିକ କାରସାଦି କରୁଥିଲା।

The post କିଡନୀ ଦଲାଲ ହିଂମାଶୁକୁ ଆଜି ରିମାଣ୍ଡରେ ନେବ ପୁଲିସ୍‌, ଖୋଲିପାରେ ନେଟୱର୍କ ଗୁମର appeared first on Odisha Reporter.



from Odisha Reporter https://ift.tt/3bI1jA2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages