ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଫୌଜୀ କଲିଂ’ ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଭାରତୀୟ ଯବାନଙ୍କ ପରିବାର ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲରକୁ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ଲଞ୍ଚ କରିଛନ୍ତି।
ଏହି ଅବସରରେ ଫିଲ୍ମର ଲିଡ୍ ରୋଲରେ ଥିବା ଶରମନ ଜୋଶୀ, ବିଦିତା ବାଗ ଏବଂ ନିର୍ଦ୍ଦେଶକ ଆର୍ଯ୍ୟନ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ। ଫିଲ୍ମର ସମସ୍ତ କଳାକାରଙ୍କୁ ରାଜନାଥ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଚଳଚ୍ଚିତ୍ରଟି ନିଶ୍ଚିତ ରୂପେ ଯୁବପିଢ଼ିଙ୍କୁ ପ୍ରେରଣ ଦେବ, ସେମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବ। ସେ ଆହୁରି କହିଛନ୍ତି ଯେ, ଏହି ଫିଲ୍ମ ଏକ ସୈନିକ ଏବଂ ତାଙ୍କ ପରିବାରର କାହାଣୀ ଉପରେ ଆଧାରିତ। ତେଣୁ ଲୋକେ ଏହି ଫିଲ୍ମକୁ ନିଶ୍ଚିତ ରୂପେ ପସନ୍ଦ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।
ଉକ୍ତ ଫିଲ୍ମଟି ଜଣେ ସହିଦ ଯବାନଙ୍କ ପରିବାର ଉପରେ ଆଧାରିତ। ଡ୍ୟୁଟିରେ ଥିବା ଜଣେ ବାପା ସହିଦା ହେବା ପରେ, କିଭଳି ଛୋଟ ଝିଅଟି ନିଜ ବାପାଙ୍କୁ ମନେ ପକାଉଛି, ତାଙ୍କୁ ଖୋଜୁଛି ଏବଂ ବାପାଙ୍କୁ ହରାଇଥିବା ଅପୂରଣୀୟ କ୍ଷତିରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଛି, ଏସବୁ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ। ଆସନ୍ତା ଫେବ୍ରୁଆରୀ ୨୫ରେ ଏହି ଫିଲ୍ମଟି ରିଲିଜ ହେବ।
The post ‘ଫୌଜୀ କଲିଂ’ର ଟ୍ରେଲର ଲଞ୍ଚ କଲେ ରାଜନାଥ appeared first on Odisha Reporter.
from Odisha Reporter https://ift.tt/3ohK7El
No comments:
Post a Comment