ଢେଙ୍କାନାଳ(ରାଜଶ୍ରୀ ଶତପଥୀ): “ମୋ ଭାଉଜ, ତାଙ୍କ ପରିବାର ମୋତେ ମାରିଛନ୍ତି। ୨ ମାସ ହେଲା ନିର୍ଯାତନା ଦେଇ ଚାଲିଛନ୍ତି। ଏପରିକି ମୋତେ ମାରିବେ ବୋଲି ସକାଳୁ ଖାଇବାକୁ ଦେଇନାହାନ୍ତି। ଆଉ କିଛି ସମୟ ପରେ ମରିବି। ତେଣୁ ଯେଉଁମାନେ ଦେଖୁଛ ଶେଆର କର ପ୍ଲିଜ୍। ” ଫେସବୁକ ଲାଇଭରେ ସୁଇସାଇଡ଼ କରି ଶେଷ ନିଶ୍ୱାସ ତ୍ୟାଗ ପୂର୍ବରୁ ଏପରି କହିଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ କୁନାଲ ସ୍ୱାଇଁ ନାମକ ଯୁବକ।
କୁନାଲ ଗତକାଲି ରାତ୍ରିରେ ବିଷ ପିଇ ଫେସବୁକ ଲାଇଭ କରିଥିବା ଘଟଣା ଏବେ ଭାଇରାଲ ହୋଇଛି। ତେବେ ଘଟଣା ପରେ କୁନାଲଙ୍କୁ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେଇଥିଲେ। କିନ୍ତୁ କିଛି ସମୟ ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଫେସବୁକ ଲାଇଭରେ ତାଙ୍କୁ ତାଙ୍କ ଭାଉଜ, ତାଙ୍କ ପରିବାର ଲୋକଙ୍କ ସମେତ ହିମାଂଶୁ , ପକ୍କା, କୁଳମଣୀ, ରବି ଗ୍ରାମବାସୀ ହଇରାଣ କରିଥିବା ସହ ତାଙ୍କ ମୃତ୍ୟୁ ପାଇଁ ସେମାନେ ଦାୟୀ ବୋଲି କହିଛନ୍ତି।
କୁନାଲ ମୋବାଇଲ ଟାୱାରରେ କାମ କରୁଥିଲେ। ଏହି ଘଟଣାକୁ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
The post ‘ଭାଉଜ ମୋତେ ମାରିଦେଲେ’; ଫେସ୍ବୁକ୍ରେ ଲାଇଭ ସୁଇସାଇଡ କରି ଏପରି କହିଲେ ଯୁବକ appeared first on Odisha Reporter.
from Odisha Reporter https://ift.tt/2Mq1e9w
No comments:
Post a Comment