ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋମବାର (ଜାନୁଆରୀ ୪) ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଏସ୍. ମୁରଲୀଧର। ଜଷ୍ଟିସ ମହମ୍ମଦ ରଫିକଙ୍କ ଉତ୍ତରାଧିକାରୀ ଭାବରେ ସେ ନିଯୁକ୍ତ ହୋଇଛନ୍ତି। ରାଜଭବନରେ ଜଷ୍ଟିସ ମୁରଲୀଧର ଶପଥ ନେବା ପରେ ନିଆରା ପଦକ୍ଷେପ ନେଇଛନ୍ତି। ଯାହାକି ବିରଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରୋଟୋକଲ ଅନୁଯାୟୀ ମୁଖ୍ୟ ବିଚାରପତିଙ୍କ ପାଇଁ ପାଇଲଟ ଏବଂ ସୁରକ୍ଷା ବ୍ୟବସ୍ଥା ରହିଛି। ହେଲେ ଜଷ୍ଟିସ ମୁରଲୀଧର ଏହି ସବୁ ସୁବିଧା ନେବାକୁ ମନା କରି ଦେଇଛନ୍ତି। ଯେଉଁଥିପାଇଁ ଜଷ୍ଟିସ ମୁରଲୀଧର ସୋମବାର ହାଇକୋର୍ଟରୁ ତାଙ୍କ ବାସଭବନକୁ ବିନା ପାଇଲଟ ଏବଂ ସିକ୍ୟୁରିଟିରେ ଫେରିଥିବା ସୂଚନା ରହିଛି।
୧୯୬୧ ମସିହା ଅଗଷ୍ଟ ୮ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଏସ୍. ମୁରଲୀଧର ସେପ୍ଟେମ୍ୱର ୧୨, ୧୯୮୪ ଯାଏ ଓକିଲ ଥିଲେ। ଏହି ସମୟରେ ସେ ଚେନ୍ନାଇର ସିଭିଲ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଓକିଲାତି କରିଥିଲେ। ତେବେ ମେ’ ୨୯, ୨୦୦୬ରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ପରେ ଅଗଷ୍ଟ ୨୯, ୨୦୦୭ରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।
ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଗତ ୧୪ ତାରିଖରେ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଗତ ୩୧ ତାରିଖରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିଲେ। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
The post ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିଆରା ପଦକ୍ଷେପ appeared first on Odisha Reporter.
from Odisha Reporter https://ift.tt/3ojHYsA
No comments:
Post a Comment