ପୁଣି ଉପରମୁହାଁ କରୋନା ଗ୍ରାଫ, ମୃତ୍ୟୁ ସଂଖ୍ୟା ଶୂନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

ପୁଣି ଉପରମୁହାଁ କରୋନା ଗ୍ରାଫ, ମୃତ୍ୟୁ ସଂଖ୍ୟା ଶୂନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତିନି ଦିନ ପରେ କରୋନା ଗ୍ରାଫ ଆଜି ପୁଣି ଉପର ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଶୂନ ରହିଛି। ଦୀର୍ଘ ୬ ମାସ ପରେ ଆସିଛି ଏହିପରି ଖୁସିଖବର ।

ଅନ୍ୟପକ୍ଷରେ ତିନି ଦିନ ଧରି ୨ଶହ ତଳେ ଥିବା କରୋନା ସଂକ୍ରମତିଙ୍କ ଆଜି ୨ଶହ ଉପରକୁ ଉଠିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୩୩ ଜଣ ଥିବାବେଳେ ୯୮ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୦,୯୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।


୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ କରୋନା ଆକ୍ରାନ୍ତ ଅଛନ୍ତି । ଜିଲ୍ଲାରୁ ୩୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୧, ବାଲେଶ୍ୱରରୁ୮, ବରଗଡରୁ ୨୫, ଭଦ୍ରକରୁ ୫, କଟକ ଓ ବଲାଙ୍ଗିରରୁ ୧୧ଜଣ ଲେଖାଏଁ, ବୌଦ୍ଧରୁ ଜଣେ, ଦେବଗଡ ଓ ଢ଼େଙ୍କାନାଳରୁ ୨ଜଣ ଲେଖାଏଁ, ଗତପତିରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ୨, ଯାଜପୁରରୁ ୧୨, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ୯, ଖୋର୍ଦ୍ଧାରୁ ୧୧, କୋରାପୁଟରୁ ୩, ମୟୂରଭଞ୍ଜରରୁ ୮, ନବରଙ୍ଗପୁର ଓ ନୟାଗଡରୁ ୨ଜଣ ଲେଖାଏଁ, ନୂଆପଡା ଓ ରାୟଗଡାରୁ ଜଣେ ଲେଖାଏଁ, ପୁରୀରୁ ୧୦, ସମ୍ବଲପୁରରୁ ୧୪, ସୋନପୁରରୁ ୨ ଓ ଷ୍ଟେଟ୍ ପୁଲରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।


୨୩୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୨୧ରେ ପହଞ୍ଚିଛି। ଏଥିମଧ୍ୟରୁ ୨୨୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୬୭୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୮୭ରେ ପହଞ୍ଚି ଯାଇଛି।


ସୂଚନାଯୋଗ୍ୟ, ଗତ ୩ ଦିନ ଧରି ରାଜ୍ୟରେ ଯଥାକ୍ରମେ ୧୮୩ ,୧୯୨ ଓ ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

The post ପୁଣି ଉପରମୁହାଁ କରୋନା ଗ୍ରାଫ, ମୃତ୍ୟୁ ସଂଖ୍ୟା ଶୂନ୍ appeared first on Odisha Reporter.



from Odisha Reporter https://ift.tt/3hYnymJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages