ଧର୍ମଗଡ଼(ଇଙ୍ଗିତ ପଣ୍ଡା):ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ୍। ଆଜି ଭୋରୁ କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ବସ୍ ହେଲପର ଏବଂ ଜଣେ ଯାତ୍ରୀ ଗୁରୁତର ହଆଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ଭୁବନେଶ୍ୱରରୁ ମାଲକାନଗିରିକୁ ଯାଉଥିଲା ଘରୋଇ ବସ୍ ଦିଲଖୁସ। ଏହି ସମୟରେ କଳାହାଣ୍ଡି ଆମପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏଥିରେ ହେଲପର ସୂର୍ଯ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଗୁରୁତର ହୋଇଛନ୍ତି। ବସରେ ପ୍ରାୟ ୩୦ରୁ ୪୦ଜଣ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି।
The post ଘାଟିରେ ଓଲଟିଲା ବସ୍, ୨ ଆହତ appeared first on Odisha Reporter.
from Odisha Reporter https://ift.tt/3nyVnf6
No comments:
Post a Comment