ଆଠଗଡ଼ (ନିଳକଣ୍ଠ ଦୋରା): ଆଠଗଡକୁ ପୁଣି ଫେରିଲା କରୋନା । କଟକ ଜିଲ୍ଲା ଆଠଗଡ଼ ବ୍ଲକ ଖଣ୍ଡୁଆଳି ଗାଁରେ ଏକାସଙ୍ଗେ ୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଖଣ୍ଡୁଆଳି ଗାଁକୁ ଗତ ରାତିରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ହେଲେ ଘଟଣାସ୍ଥଳରେ ପୁଲିସ୍ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ବେଳେ ନାଁକୁ ମାତ୍ର ବାଉଁଶ ଖଣ୍ଡେ ବନ୍ଧା ଯାଇଛି।
ସୂଚନାଯୋଗ୍ୟ, ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଆଗାମୀ ୭ ଦିନ ପାଇଁ ଆଠଗଡ଼କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ପଜିଟିଭ୍ ଚିହ୍ନଟ ପରେ କରୋନା ଆକ୍ରାନ୍ତ ୧୬ ଜଣଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ତେବେ କେଉଁମାନେ ଏମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, କଣ୍ଟାକ୍ଟ ଟ୍ରେସିଂ କରାଯିବା ପରେ ପୁଣି ଟେଷ୍ଟିଂ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡୁଆଳି ଗାଁରେ ପ୍ରାୟ ୭ଶହରୁ ଅଧିକ ଲୋକ ରହୁଥିବା ବେଳେ ୧୫୦ ଟେଷ୍ଟିଂ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୪୩ ଜଣଙ୍କ ରିପୋର୍ଟ ବାହାରିନି। ହେଲେ ପ୍ରଶାସନ ଏହାକୁ ହାଲକା ଭାବେ ନେଉଥିବା ଆଲୋଚନା ହେଉଛି।
ଗତ ରାତିରୁ କଣ୍ଟେନମେଣ୍ଟ ଘୋଷଣା ହେବା ପରେ ବି ଆଜି ସକାଳ ଯାଏ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳୁନି। ଏପରିକି ଗାଁରେ ଲୋକେ ମେଳି କରି ଛିଡ଼ା ହେଉଥିବା ବେଳେ କେହି ବି ମାସ୍କ ବ୍ୟବହାର କରୁ ନ ଥିବା ଦେଖିବାକୁ ମିଳୁଛି। ଏପରିକି ଗାଁ ମୁହଁରେ ବନ୍ଧା ହୋଇଥିବା ବାଉଁଶକୁ ଲୋକେ ଅନାୟସରେ ଡେଇଁ ଆସି ବାହାରେ ବୁଲୁଛନ୍ତି । ଏଥିଯୋଗୁ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି।
The post ଗୋଟିଏ ଗାଁରୁ ୧୬ ପଜିଟିଭ ଚିହ୍ନଟ, କଣ୍ଟେନମେଣ୍ଟ ସତ୍ତ୍ୱେ ବାହାରେ ବୁଲୁଛନ୍ତି ଲୋକ appeared first on Odisha Reporter.
from Odisha Reporter https://ift.tt/3s3sECN
No comments:
Post a Comment