ନ୍ୟୁୟର୍କ: ବର୍ଷ ୨୦୨୧ରେ ପାଦ ଥାପିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ଼ ସଫଳତା ମିଳିଛି। ସାରା ବିଶ୍ୱରେ ତାଙ୍କର ଲୋକପ୍ରିୟତା ଅନ୍ୟ ନେତାଙ୍କ ତୁଳନାରେ ଅଧିକ ରହିଛି। ମୁଖ୍ୟତଃ କରୋନା ମହାମାରୀ ବେଳେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିଛି। ଆମେରିକାର ମର୍ଣ୍ଣିଂ କନସଲଟ ନାମକ ଏକ ସର୍ଭେ ସଂସ୍ଥା ଏହି ଲୋକପ୍ରିୟତା ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ମୋଦିଙ୍କ ନେଟ୍ ରେଟିଂ ୫୫ ପ୍ରତିଶତ ରହିଛି।
ଏହି ମର୍ଣ୍ଣିଂ କନସଲଟ ବିଶ୍ୱର ୧୩ଟି ଦେଶରେ ସର୍ଭେ କରିଛି। ଅଷ୍ଟ୍ରେଲିଆ, ବ୍ରାଜିଲ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଇଟାଲୀ, ଜାପାନ, ମେକ୍ସିକୋ, ସାଉଥ କୋରିଆ, ସ୍ପେନ୍, ୟୁକେ, ୟୁଏସଏରେ ସର୍ଭେ କରିଛି ମର୍ଣ୍ଣିଂ କନସଲଟ। ଏହି ୧୩ଟି ଦେଶରେ ନେତାଙ୍କ ପାରଦାର୍ଶିତା ଏବଂ ବିଭିନ୍ନ ପଦକ୍ଷେପକୁ ନେଇ ମର୍ଣ୍ଣିଂ କନସଲଟ ସର୍ଭେ କରିଥିଲା। ବିଭିନ୍ନ ଦେଶର ସାତ ଦିନ ମଧ୍ୟରେ ପ୍ରାପ୍ତ ବୟସ୍କଙ୍କୁ ନେଇ ଏହି ସର୍ଭେ କରିଛି ମର୍ଣ୍ଣିଂ କନସଲଟ।
ଡିସେମ୍ୱର ୨୨ ରୁ ୨୯ ମଧ୍ୟରେ ଏହି ସର୍ଭେ ହୋଇଥିଲା। ମୋଦିଙ୍କୁ ୫୫ ରେଟିଂ ମିଳିଥିବା ବେଳେ ମେକ୍ସିକାନ୍ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ୨୯ ପଏଣ୍ଟ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିଶନ୍ ୨୭ ପଏଣ୍ଟ ପାଇଛନ୍ତି।
The post ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି: ୟୁଏସ ସର୍ଭେ appeared first on Odisha Reporter.
from Odisha Reporter https://ift.tt/3ocdecU
No comments:
Post a Comment