ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲରକଙ୍କୁ ନୂଆ ବର୍ଷରେ ମିଳିଛି ବଡ଼ ଉପହାର। ଆଗାମୀ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଅର୍ଜୁନଙ୍କୁ ମୁମ୍ବାଇ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଏଥିସହ ଅର୍ଜୁନ ପ୍ରଥମଥର ଲାଗି ମୁମ୍ବାଇର ସିନିୟର ଟିମରେ ସ୍ଥାନ ପାଇବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ମୁମ୍ବାଇ ସ୍କ୍ୱାଡରେ ଅର୍ଜୁନଙ୍କୁ ସ୍ଥାନ ମିଳିନଥିଲା।
ତେବେ ତିନିଦିନ ତଳେ ବିସିସିଆଇ ୨୨ଜଣିଆ ଖେଳାଳି ଘୋଷଣା କରିବାକୁ ଅନୁମତି ଦେଇଥିଲା। ଏ ସମସ୍ତ ଖେଳାଳି ବାୟୋ ବବଲ୍ (ଜୈବ ସୁରକ୍ଷା) ଭିତରେ ରହିବେ। ଏପରିକି ନେଟ୍ ବୋଲର ଓ ବଦଳ ଖେଳାଳିଙ୍କୁ ବାହାରୁ ଡକାଯିବ ନାହିଁ ବୋଲି ବିସିସିଆଇ କହିଥିଲା। ଯାହା ପରେ ମୁମ୍ବାଇ ଟିମରେ ଅର୍ଜୁନ ଓ କୃତିକ ହାନାଗାଭାଦିଙ୍କୁ ଚୟନ କରାଯାଇଛି। ଅର୍ଜୁନ ଓ ହାନାଗାଭାଡି ୨୧ତମ ଓ ୨୨ତମ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ତେଣୁ ଅର୍ଜୁନ ଓ କୃତିକ ହାନାଗାଭାଦିଙ୍କୁ ନେଟ୍ ବୋଲର୍ ଭାବେ ବ୍ୟବହାର କରାଯାଇପାରେ।
ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ତୁଷାର ଦେଶପାଣ୍ଡେ, ଧୱଲ୍ କୁଲକର୍ଣ୍ଣି, ମିନାଦ ମଞ୍ଜରେକର ଓ ପ୍ରଥମେଶ ଡାକେ ମଧ୍ୟ ମୁମ୍ବାଇ ସ୍କ୍ୱାଡରେ ସ୍ଥାନ ପାଇଚନ୍ତି। ତେବେ ଆହତ କାରଣରୁ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ବାଦ୍ ପଡ଼ିଛନ୍ତି। ଇନଫର୍ମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦକ ଟିମର କ୍ୟାପଟେନ୍ ପଦ ସମ୍ଭାଳିବେ। ଅଭିଜ୍ଞ ୱିକେଟକିପର ଆଦିତ୍ୟ ତାରେ ତାଙ୍କ ଡେପୁଟୀ ରହିବେ।
କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଘରୋଇ କ୍ରିକେଟ୍ ମୁସ୍ତାକ ଅଲୀ ଟ୍ରଫି ସହ ଆରମ୍ଭ ହେବ। ଜାନୁଆରୀ ୧୦ ତାରିଖରୁ ଦେଶର ବିଭିନ୍ନ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡ଼ିକ ଖେଳାଯିବ। ମୁମ୍ବାଇ ଟିମ୍ ଗ୍ରୁପ୍-ଇ’ରେ ସ୍ଥାନ ପାଇଛି, ଯେଉଁଥିରେ ଦିଲ୍ଲୀ, ହରିୟାଣା, କେରଳ, ଆନ୍ଧ୍ର ଓ ପୁଡୁଚେରୀ ରହିଛନ୍ତି। ମୁମ୍ବାଇ ତା’ର ପ୍ରଥମ ମ୍ୟାଚରେ ଜାନୁଆରୀ ୧୧ ତାରିଖରେ ଖେଳାଯିବ।
ମୁମ୍ବାଇ ସ୍କ୍ୱାଡ୍: ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ୍), ଆଦିତ୍ୟ ତାରେ (ଭାଇସ୍ କ୍ୟାପଟେନ୍), ଯଶସ୍ୱୀ ଜୈସୱାଲ୍, ଅରକ୍ଷିତ ଗୋମେଲ୍, ସର୍ଫରାଜ୍ ଖାନ୍, ସିଦ୍ଦେଶ ଲାଡ୍, ଶିବମ ଦୁବେ, ଶୁଭମ୍ ରଞ୍ଜନେ, ସୁଜିତ୍ ନାୟକ, ସାଇରାଜ୍ ପାଟିଲ୍, ତୁଷାର ଦେଶପାଣ୍ଡେ, ଧୱଲ କୁଲକର୍ଣ୍ଣି, ମିନାଦ ମଞ୍ଜରେକର, ପ୍ରଥମେଶ ଡାକେ, ଅଥର୍ବ ଅଙ୍କଲୋକର, ଶଶାଙ୍କ ଆଟାର୍ଡେ, ଶାମ୍ସ ମୁଲାନୀ, ହାର୍ଦ୍ଦିକ ତାମୋରେ, ଆକାଶ ପାର୍କର, ସୁଫିୟାନ୍ ଶେଖ୍, ଅର୍ଜୁନ ତେନ୍ଦୁଲକର, କୃତିକ ହାନାଗାଭାଦି।
The post ସଚିନଙ୍କ ପୁଅଙ୍କୁ ମିଳିଲା ବଡ଼ ଉପହାର appeared first on Odisha Reporter.
from Odisha Reporter https://ift.tt/386Wxde
No comments:
Post a Comment