ନୂଆବର୍ଷରେ ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ନୂଆବର୍ଷରେ ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ୍

ନୂଆଦିଲ୍ଲୀ: ନୂଆବର୍ଷରେ ଏଲପିଜି ସିଲିଣ୍ଡରର ଦାମ ବଢ଼ିଛି। ତୈଳ କମ୍ପାନୀ ଘରୋଇ ସିଲିଣ୍ଡରର ଦାମ ବଢ଼ାଇ ନାହାନ୍ତି ବରଂ କମର୍ସିଆଲ ଗ୍ୟାସର ଦାମ ବଢ଼ାଇଛନ୍ତି। ଇଣ୍ଡିଆନ୍ ଅଏଲ କମ୍ପାନୀର ରିପୋର୍ଟ ଅନୁଯାୟୀ ଜାନୁଆରୀ ୧ରୁ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ ୧୭ ଟଙ୍କା ବଢ଼ିଛି। ଦାମ ବଢ଼ିବା ପରେ ଦଲ୍ଲୀରେ ଏହାର ଦାମ ୧୩୪୯ ଟଙ୍କା ହୋଇଛି। ଏହା ପୂର୍ବରୁ ୧୩୩୨ ଟଙ୍କା ଥିଲା।

କୋଲକାତାରେ ଏହି ସିଲିଣ୍ଡରର ଦାମ ୧୪୧୦ ଟଙ୍କା,ଚେନ୍ନାଇରେ ୧୪୬୩.୫୦ ପଇସା ଏବଂ ମୁମ୍ୱାଇରେ ୧୨୯୭.୫୦ ପଇସା ରହିଛି। କମର୍ସିଆଲ ଗ୍ୟାସର ଦାମ ଭିନ୍ନ ଭିନ୍ନ ରହିବାର କାରଣ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଟିକସ ବ୍ୟବସ୍ଥା ଭିନ୍ନ ଭିନ୍ନ ରହିଛି।

ପାଖାପାଖି ମାସକ ମଧ୍ୟରେ କମର୍ସିଆଲ୍ ଗ୍ୟାସର ଦାମ ୩୬.୫୦ ପଇସା ବଢ଼ିଛି। ସେହିପରି ଘରୋଇ ରୋଷେଇ ଗ୍ୟାସର ଦାମ ମାସକ ମଧ୍ୟରେ ୧୦୦ ଟଙ୍କା ବଢ଼ିଛି। ଦିଲ୍ଲୀରେ ଘରୋଇ ସିଲିଣ୍ଡରର ଦାମ ୬୯୪ ଟଙ୍କା (୧୪.୨ କିଲୋ) ରହିଛି।

The post ନୂଆବର୍ଷରେ ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ୍ appeared first on Odisha Reporter.



from Odisha Reporter https://ift.tt/3o6dWZf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages