କୋଲକାତା: ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ନାମରେ ଏଫଆଇଆର ଦାଖଲ ହୋଇଛି। ସୀତା ମା’ଙ୍କୁ ନେଇ ଅପଶବ୍ଦ କହିଥିବାରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। କଲ୍ୟାଣ ବାନାର୍ଜୀ ଏକ ସଭାକୁ ଉଦବୋଧନ ଦେବା ବେଳେ କହିଛନ୍ତି, ‘ସୀତା ଭଗବାନ ରାମକୁ କହିଲେ, ମୁଁ ଭାଗ୍ୟବାନ ଯେ ରାବଣ ମୋତେ ଅପହରଣ କରିଥିଲେ। ଯଦି ତୁମର କେହି ଗେରୁଆ ବସ୍ତ୍ରଧାରୀ ଶିଷ୍ୟ ଅପହରଣ କରିଥାନ୍ତେ ତା’ହେଲେ ମୋ ଅବସ୍ଥା ହାଥରସ ଭଳି ହୋଇଥାନ୍ତା’। ମେଘାଳଯୟର ପୂର୍ବତନ ରାଜ୍ୟପାଳ ତଥା ବିଜେପି ନେତା ତଥାଗତ ରୟ ଟ୍ୱିଟ୍ କରି ଏହି ଭିଡିଓ ଶେୟାର କରିଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ତେଜିଛି ବିବାଦ।
ଶନିବାର ପଶ୍ଚିମବଙ୍ଗର ଏକ ରାଲିକୁ ସମ୍ବୋଧନ କରିବା ବେଳେ ଟିଏମସି ସାଂସଦ ଏଭଳି ଉଦାହରଣ ଦେବା ପରେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। କଲ୍ୟାଣ ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ପରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଦସ୍ୟ ଆଶିଷ ଜୟଶୱାଲ ଟିଏମସି ସାଂସଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
Know this man?
Kalyan Banerjee,a Trinamool MP with a Hindu Brahmin name.
He's saying,"Sitaji tells Rama,I'm lucky that I was kidnapped by Ravana. If it was your chelas wearing bhagwa headgear,my state would have been like the raped woman of Hathras".Ram Bhakts,will you reply? https://t.co/HIiWWf5BL4
— Tathagata Roy (@tathagata2) January 10, 2021
କଲ୍ୟାଣ ବାନାର୍ଜୀଙ୍କ ଦେଇଥିବା ମନ୍ତବ୍ୟ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। କଲ୍ୟାଣ ବାନାର୍ଜୀ ଯାହା କହିଛନ୍ତି ତାହା ବେଙ୍ଗଲିବାସୀଙ୍କୁ ଆଘାତ ଦେଇଛି। ତୁରନ୍ତ ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଆଶିଷ କହିଛନ୍ତି। ରବିବାର ହାଓ୍ୱଡା ଜିଲ୍ଲାର ଗୋଲାବରୀ ପୁଲିସ ଷ୍ଟେସନରେ ଟିଏମସି ସାଂସଦଙ୍କ ବିରୋଧରେ ଏହି ଏଫଆଇଆର ରୁଜୁ ହୋଇଛି।
ଯଦି ଟିଏମସି ସାଂସଦ କ୍ଷମା ନମାଗିବେ ତାହେଲେ ତାଙ୍କ ବିରୋଧରେ ପ୍ରଦର୍ଶନ ହେବ ବୋଲି ହାୱଡା ଜିଲ୍ଲା ‘ମୈଥଳୀ ସମାଜ’ ମଧ୍ୟ କହିଛି। କଲ୍ୟାଣ ବାନାର୍ଜୀଙ୍କ ମନ୍ତବ୍ୟକୁ ‘ସମାଜ’ ନିନ୍ଦା କରିଛି। ମା’ ସୀତାଙ୍କ ବିଷୟରେ ସେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ମହିଳାଙ୍କ ପ୍ରତି ଅସମ୍ମାନ ଓ ନିନ୍ଦନୀୟ। ଯଦି ସେ ୨୪ ଘଣ୍ଟା ମଧ୍ୟରେ କ୍ଷମା ନମାଗିବେ ବିରୋଧ ପ୍ରଦର୍ଶନ କରିବେ ବୋଲି ‘ସମାଜ’ କହିଛି।
ସୂଚନାଯୋଗ୍ୟ, ହାଥରସ ହେଉଛି ଉତ୍ତର ପ୍ରଦେଶର ଏକ ଜାଗା। ଯେଉଁଠି ନିକଟରେ ଜଣେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ଆଖି ବୁଜିଛନ୍ତି। ୟୁପିରେ ବିଜେପି କ୍ଷମତାରେ ରହିଛି। ପଶ୍ଚିମବଙ୍ଗରେ ଟିଏମସିର ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେପି ରହିଛି। ହିନ୍ଦୁତ୍ୱ କାର୍ଡ ସହ ଜୟ ଶ୍ରୀ ରାମ କହି ବିଜେପି ନେତା ହିନ୍ଦୁ ଭୋଟ ଗୋଟାଉଛନ୍ତି। ଏହାରି ଭିତରେ ବିଜେପି ରାଜ୍ୟରେ ଦୁଷ୍କର୍ମ କେମିତି ବଢ଼ୁଛି ବୋଲି କହିବାକୁ ଯାଇ ମା’ ସୀତା ଏବଂ ହାଥରସ ଘଟଣାକୁ ଯୋଡ଼ିଛନ୍ତି କଲ୍ୟାଣ ବାନାର୍ଜୀ।
The post ରାମ, ସୀତା କଥା କହି ଫସିଗଲେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ appeared first on Odisha Reporter.
from Odisha Reporter https://ift.tt/3byiMLv
No comments:
Post a Comment