ଗୋଟିଏ ଟ୍ରେନିଂ କଲେଜର ୧୧  ଛାତ୍ରୀ କରୋନା ପଜିଟିଭ, କଣ୍ଟେନମେଣ୍ଟ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଗୋଟିଏ ଟ୍ରେନିଂ କଲେଜର ୧୧  ଛାତ୍ରୀ କରୋନା ପଜିଟିଭ, କଣ୍ଟେନମେଣ୍ଟ ଘୋଷଣା

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଗତ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିବା ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୮ ତାରିଖରୁ ଖୋଲିଛି ଦଶମ ଓ ଦ୍ୱାଦଶ ଶ୍ରେଣୀ। ହେଲେ ସ୍କୁଲ, କଲେଜ ଖୋଲିବାର ମାତ୍ର ୨ ଦିନ ମଧ୍ୟରେ କୋରୋନା ପୁଣି ତାର ପ୍ରକୋପ ଦେଖାଇବା ଆରମ୍ଭ କରିଦେଇଛି । ଏଭଳି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ଏଥିଯୋଗୁ ଭୟର ବାତାବରଣ  ଖେଳିଯାଇଛି।

ଝାରସୁଗୁଡ଼ା ସହର ଵୃନ୍ଦାବନ କୋଲୋନୀସ୍ଥିତ ଜିଏନଏମ ଟ୍ରେନିଂ କଲେଜର ୧୧  ଛାତ୍ରୀ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଟିଏ ଅଞ୍ଚଳରୁ ୧୧ଜଣ ପଜିଟିଭ ବାହାରିବା ଯୋଗୁଁ ବର୍ତ୍ତମାନ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।

ଗତ ୮ ତାରିଖରେ କଲେଜ ଖୋଲିବା ପରେ ଜିଏନଏମ ଟ୍ରେନିଂ କଲେଜ ଛାତ୍ରୀମାନଙ୍କ  କୋଭିଡ ପରୀକ୍ଷା କରାଯାଇଥିଲା।  ତେବେ ଗତ ୨ଦିନ ଭିତରେ ୧୧  ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ବୃନ୍ଦାବନ କଲୋନୀରୁ କେବଳ ୫  ପଜିଟିଭ ପଜିଟିଭ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ତ୍ୱରାନ୍ୱିତ କରିବାକୁ ସଂକ୍ରମିତଙ୍କ ଘର ପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।

ବୃନ୍ଦାବନ କଲୋନୀ ଲେନ୍-୨ ସମ୍ପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ବେଳେ, ବିୟୁଟି ପାର୍ଲର୍ ସାମ୍ନାରୁ ପିପି ମୋଟର୍ସ ଶେଷ ଏବଂ ସେଠାରୁ ଲେନ୍-୧ ଶେଷମୁଣ୍ଡ ଯାଏଁ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି ।

ତେବେ ଜିଲ୍ଲା ପ୍ରଶାସନ ଏହି ପରିସ୍ଥିତିର ସମ୍ପୂର୍ଣ୍ଣ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି କୋଭିଡ ଦାୟିତ୍ୱରେ ଥିବା ଏକ୍ସିକୁଟିଭ ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଖଣ୍ଡୁଆଳି ଗାଁରେ ଏକାସଙ୍ଗେ ୧୬  ପଜିଟିଭ୍ ଚିହ୍ନଟ ହୋଇଥିଲେ ।  ଏହାପରେ ଆଉ ୩ଜଣ ଚିହ୍ନଟ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ୧୮ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଥିବା ବେଳେ ଜଣେ  କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଏହାପରେ ଖଣ୍ଡୁଆଳି ଗାଁକୁ  କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଆଗାମୀ ୭ ଦିନ ପାଇଁ ଆଠଗଡ଼କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ଏହି ଗାଁରେ ପ୍ରାୟ ୭ଶହରୁ ଅଧିକ ଲୋକ ରହୁଥିବା ବେଳେ ୧୫୦ ଟେଷ୍ଟିଂ ହୋଇଥିଲା। ପଜିଟିଭ୍ ଚିହ୍ନଟ ପରେ କରୋନା ଆକ୍ରାନ୍ତ ୧୮ ଜଣଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ତେବେ କେଉଁମାନେ ଏମାନଙ୍କ  ସଂସ୍ପର୍ଶରେ ଆସିଛନ୍ତି, କଣ୍ଟାକ୍ଟ ଟ୍ରେସିଂ କରାଯିବା ପରେ ପୁଣି ଟେଷ୍ଟିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।

 

The post ଗୋଟିଏ ଟ୍ରେନିଂ କଲେଜର ୧୧  ଛାତ୍ରୀ କରୋନା ପଜିଟିଭ, କଣ୍ଟେନମେଣ୍ଟ ଘୋଷଣା appeared first on Odisha Reporter.



from Odisha Reporter https://ift.tt/39h5FeU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages