ବୁଢ଼ାବୁଢ଼ୀଙ୍କୁ ଟ୍ରକ୍‌ରେ‌ ଲଦି ସହର ବାହାରେ ଛାଡ଼ିଦେବାକୁ ହୋଇଥିଲା ପ୍ରୟାସ, କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

ବୁଢ଼ାବୁଢ଼ୀଙ୍କୁ ଟ୍ରକ୍‌ରେ‌ ଲଦି ସହର ବାହାରେ ଛାଡ଼ିଦେବାକୁ ହୋଇଥିଲା ପ୍ରୟାସ, କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଇନ୍ଦୋର: ଲଗାତାର ୪ ବର୍ଷ ଧରି ଭାରତର ସବୁଠୁ ‘ପରିଷ୍କାର ସହର’ର ପୁରସ୍କାର ପାଇଥିବା ମଧ୍ୟ ପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ଅତ୍ୟନ୍ତ ଅମାନବୀୟ ଓ ଘୃଣ୍ୟ କାର୍ଯ୍ୟ। ଇନ୍ଦୋର ମହାନଗର ନିଗମର ଏକ ଟିମ୍ ସହର ଭିତରୁ ବାସହରା ନିଃସହାୟ ବୃଦ୍ଧବୃଦ୍ଧାଙ୍କୁ ଟ୍ରକ୍‌ରେ ଲଦି ସହର ବାହାରେ ରାଜପଥ କଡ଼ରେ ଛାଡ଼ି ଦେବାକୁ ପ୍ରୟାସ କରିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ସେମାନେ ସେହି ବୃଦ୍ଧବୃଦ୍ଧାଙ୍କ ପୁଣି ଟ୍ରକ୍‌ରେ ଲଦି ଫେରି ଆସିଥିଲେ। ଆଉ ଏହାର ସଂପୂର୍ଣ୍ଣ ଦୃଶ୍ୟକୁ କିଛି ଲୋକ ମୋବାଇଲ୍ ଫୋନ୍‌ରେ ରେକର୍ଡ କରି ନେଇଥିଲେ, ଯାହା ଖୁବ୍ ଭାଇରାଲ ହେଉଛି।

ଏହି ଘଟଣାରେ ଯେଉଁସବୁ ଭିଡିଓ ଗୁଡ଼ିକ ଭାଇରାଲ ହେଉଛି, ସେଥିରୁ ଗୋଟିକରେ ବୃଦ୍ଧବୃଦ୍ଧାମାନେ ଟ୍ରକ୍‌ ଡାଲାରେ ବସିଥିବା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ଅବସ୍ଥା ଏମିତି ଯେ ସେ ବସି ମଧ୍ୟ ପାରୁ ନାହାନ୍ତି। ତାଙ୍କୁ ଜଣେ ବ୍ୟକ୍ତି ଧରିଛନ୍ତି।

‘ଏନ୍‌ଡିଟିଭି’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଉ ଏକ ଭିଡିଓରେ ଜଣେ ବ୍ୟକ୍ତି ଏହି ପୂରା ଘଟଣା ବର୍ଣ୍ଣନା କରୁଛନ୍ତି। ମହାନଗର ନିଗମ କର୍ମଚାରୀମାନେ କେମିତି ଏହି ବୃଦ୍ଧବୃଦ୍ଧାମାନଙ୍କୁ ସହରର ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ସହର ବାହାରେ ରାଜପଥ କଡ଼ରେ ଛାଡ଼ି ଦେବାକୁ ପ୍ରୟାସ କରୁଥିଲେ, ତାହା ସେ ବର୍ଣ୍ଣନା କରିଛନ୍ତି। ଏମିତିକି ସେମାନେ ଏହି ବାସହରା ବୃଦ୍ଧବୃଦ୍ଧାଙ୍କ ଜିନିଷପତ୍ର ରାଜପଥ କଡ଼ରେ ଫୋପାଡ଼ି ଦେଇଥିଲେ। ସେହିପରି ଅନ୍ୟ ଏକ ଭିଡିଓରେ ଲୋକଙ୍କ ବିରୋଧ ପରେ ମହାନଗର ନିଗମ କର୍ମଚାରୀମାନେ ସେହି ବୃଦ୍ଧବୃଦ୍ଧାଙ୍କୁ ପୁଣି ସହର ଭିତରକୁ ଫେରାଇ ନେଇଥିବା ଦେଖିବାକୁ ମିଳିଛି।

ଭିଡିଓଗୁଡ଼ିକ ସୋଶାଲ୍ ମିଡିଆରେ ଭାଇରାଲ ହେବା ପରେ ଇନ୍ଦୋର ମହାନଗର ନିଗମର ଅତିରିକ୍ତ କମିଶନର ଅଭୟ ରାଜନଗୋଏଙ୍କର ସଫେଇ ଦେଇଥିଲେ ଯେ ବାସ୍ତବରେ ସେହି ବାସହରାମାନଙ୍କୁ ଏକ ରାତ୍ରୀ ଆଶ୍ରୟ ସ୍ଥଳକୁ ନିଆଯାଉଥିଲା। ତା’ସହିତ ସହର ବାହାରେ ସେମାନଙ୍କୁ ଛାଡ଼ି ଦେବାକୁ ନିଆଯାଇଥିବା କଥାକୁ ସେ ଖଣ୍ଡନ କରିଛନ୍ତି।

ତେବେ ଏ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଥିଲା ବିରୋଧ କଂଗ୍ରେସ। କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା କହିଥିଲେ, ସହରକୁ ସଫାସୁତରା କରିବା ନାଁରେ ବୃଦ୍ଧବୃଦ୍ଧାମାନଙ୍କୁ ଥଣ୍ଡାରେ ଛାଡ଼ି ଦିଆଯାଉଛି। ସାମାନ୍ୟ କର୍ମଚାରୀମାନଙ୍କର ଏଥିରେ କିଛି ଦୋଷ ନାହିଁ। ସେମାନେ ବିଜେପିର ଆଦର୍ଶରେ କାର୍ଯ୍ୟ କରୁଛନ୍ତି। ବିଜେପି ତା’ର ଅନେକ ବୟସ୍କ ନେତାଙ୍କୁ ଏମିତି ଅସହାୟ ଅବସ୍ଥାରେ ଛାଡ଼ି ଦେଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀମନୋହର ଯୋଶୀ ଓ ଯଶବନ୍ତ ସିହ୍ନା।

ଅନ୍ୟପକ୍ଷରେ ସ୍ଥିତି ବିଗିଡ଼ି ଯାଉଥିବା ଦେଖି ଏହି ଘଟଣାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଫଳସ୍ୱରୂପ ଇନ୍ଦୋର ମହାନଗର ନିଗମର ଡେପୁଟି କମିଶନର ପ୍ରତାପ ସୋଲଙ୍କିଙ୍କୁ ନିଲମ୍ବନ କରାଯାଇଛି। ତା’ସହିତ ରାତ୍ରୀ ଆଶ୍ରୟ ସ୍ଥଳର ଦୁଇ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।

ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବୃଦ୍ଧବୃଦ୍ଧାମାନଙ୍କର ସଠିକ୍ ଯତ୍ନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୃଦ୍ଧବୃଦ୍ଧାଙ୍କ ସହିତ ଏଭଳି ଅମାନବୀୟ ବ୍ୟବହାରକୁ ଆଦୌ ସହ୍ୟ କରାଯିବ ନାହିଁ। ସମସ୍ତ ବୟସ୍କ ଲୋକ ଶ୍ରଦ୍ଧା ଓ ସମ୍ମାନ ହକ୍‌ଦାର। ଏହା ଆମର ସଂସ୍କୃତି। ଏହା ମାନବ ଧର୍ମ ମଧ୍ୟ।

The post ବୁଢ଼ାବୁଢ଼ୀଙ୍କୁ ଟ୍ରକ୍‌ରେ‌ ଲଦି ସହର ବାହାରେ ଛାଡ଼ିଦେବାକୁ ହୋଇଥିଲା ପ୍ରୟାସ, କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/39vIe2u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages