ଲାଲକିଲ୍ଲାରୁ ପୁଲିସଙ୍କୁ ଧକ୍କା ଦେଲେ, ୨ ଘଣ୍ଟା ଚାଲିଲା ଚାଷୀଙ୍କ ଉତ୍ପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ଲାଲକିଲ୍ଲାରୁ ପୁଲିସଙ୍କୁ ଧକ୍କା ଦେଲେ, ୨ ଘଣ୍ଟା ଚାଲିଲା ଚାଷୀଙ୍କ ଉତ୍ପାତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ। ଲାଲକିଲ୍ଲାରେ ଧସେଇ ପସିଲେ ଚାଷୀ। ବାରିକେଡ ଭାଙ୍ଗିଲେ, ପତାକା ଉଡାଇଲେ । ଲାଲକିଲ୍ଲାରେ ପ୍ରାୟ ୨ଘଣ୍ଟା ଚାଲିଲା ଚାଷୀଙ୍କ ଉତ୍ପାତ।  ଏହି ସମୟରେ ଅନେକ ଭଙ୍ଗାରୁଜା କରିବା ସହ ପୁଲିସଙ୍କୁ ଚାଷୀମାନେ ଲାଲକିଲ୍ଲା ଉପରୁ ଧକ୍କା ଦେଇଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ଆନ୍ଦୋଳନକାରୀ ଚାଷୀମାନ ଧକ୍କା ଦେବା ଫଳରେ ପୁଲିସମାନେ ୧୧ ଫୁଟ ତଳକୁ ଖସି ପଡିଥିଲେ। ସେଠାରେ ଥିବା ଏକ ଖାଲରେ ଅନେକ ପୁଲିସକର୍ମୀ ଫସି ରହିଥିଲେ, ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଏହି ସମୟରେ ଶତାଧିକ ପୁଲିସ ଆହାତ ହୋଇଥିବା ଦିଲ୍ଲୀ ପୁଲିସ ସୂଚନା ଦେଇଛି।

ସେପଟେ ଦିଲ୍ଲୀରେ କୃଷକଙ୍କ ହିଂସାକାଣ୍ଡ ପରେ ଆକ୍ସନ ମୋଡରେ ଆସିଛି ଦିଲ୍ଲୀ ପୁଲିସ । ଗତକାଲିର ଘଟଣାରେ ୨ ଶହ ଜଣଙ୍କୁ ଅଟକ ରଖିଛି । ସିସିଟିଭି ଫୁଟେଜ ଆଧାରରେ ଘଟଣାର ଯାଂଚ ଚାଲିଛି, ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରିବ ।

ଗତକାଲି ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ୩୦୦ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୨୨ଟି ମାମଲା ଦିଲ୍ଲୀ ପୁଲିସ୍ ରୁଜୁ କରିଛି । ସେପଟେ ପଂଜାବ ଓ ହରିୟାଣାରେ ହାଇ ଆଲର୍ଟ ଜାରି ହୋଇଛି । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । ସିଂଘୁ, ଗାଜିପୁର, ଟିକ୍ରି ଅଂଚଳରେ ଇଂଟରନେଟ ସେବାକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଛି । ଲାଲକିଲ୍ଲା ଓ ଦିଲ୍ଲୀର କିଛି ମେଟ୍ରୋ ଷ୍ଟେସନ ବନ୍ଦ ଅଛି । ତେବେ ଚାଷୀ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

ଗତକାଲି କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି ।

The post ଲାଲକିଲ୍ଲାରୁ ପୁଲିସଙ୍କୁ ଧକ୍କା ଦେଲେ, ୨ ଘଣ୍ଟା ଚାଲିଲା ଚାଷୀଙ୍କ ଉତ୍ପାତ appeared first on Odisha Reporter.



from Odisha Reporter https://ift.tt/3phOC2Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages