ବ୍ରଜରାଜନଗରରେ ରହିବନି ଉତ୍କଳ ଏକ୍ସପ୍ରେସ ଟ୍ରେନ, ପ୍ରତିବାଦରେ ଆଜି ରେଳରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ବ୍ରଜରାଜନଗରରେ ରହିବନି ଉତ୍କଳ ଏକ୍ସପ୍ରେସ ଟ୍ରେନ, ପ୍ରତିବାଦରେ ଆଜି ରେଳରୋକ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ଆଜିଠୁ ରହିବ ନାହିଁ ଉତ୍କଳ ଏକ୍ସପ୍ରେସ ଟ୍ରେନ। ଏହି ଟ୍ରେନ ଉପରେ ବହୁ ଲୋକ ନିର୍ଭର କରୁଥିବା ବେଳେ ଏହା ଆଜିଠୁ ଅଟକିବ ନାହିଁ ନିଷ୍ପତ୍ତି ଯୋଗୁ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ଏହା ପ୍ରତିବାଦରେ  ବ୍ରଜରାଜନଗରରେ ଆଜି ପୂର୍ବାହ୍ନ ୯ଟା ୩୦ରେ ରେଳରୋକ ହେବ ବୋଲି ବ୍ରଜରାଜନଗର ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନା ଅନୁସାରେ, କୁମ୍ଭ ମେଳା ପାଇଁ ପୁରୀ ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନର ସ୍ୱତ୍ୱନ୍ତ୍ର ନାମ ‘ପୁରୀ-ଯୋଗ ନଗରୀ ଋଷିକେଶ -ପୁରୀ ଏକ୍ସପ୍ରେସ’  ହୋଇଛି । ଏହି ଟ୍ରେନ ପୁରୀରୁ ସକାଳ ୮ଟା ୪୫ରେ ଛାଡ଼ିବା ପରେ ଝାରସୁଗୁଡ଼ାରେ ସକାଳ ୧୦ଟା ୫୦ରେ ପହଞ୍ଚିଥାଏ। ଏହାପରେ ସେଠାରୁ ୧୧ଟା ୫୩ରେ ରାଏଗଡ଼ରେ ପହଞ୍ଚିବାର ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏହି ଟ୍ରେନ ଉପରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ନିର୍ଭର କରିଥାନ୍ତି।  କିନ୍ତୁ ବ୍ରଜରାଜନଗର ରେଳ ଷ୍ଟେସନରେ ଏହି ଟ୍ରେନ ଆଜିଠୁ ରହିବ ନାହିଁ ବୋଲି ଜଣାପଡ଼ିବା ପରଠୁ ଏହାକୁ ନେଇ ଅଞ୍ଚଳବାସୀ ସନ୍ତୋଷ ପ୍ରକାଶ କରିଛନ୍ତି।

ରେଳ ଷ୍ଟପେଜ ଦାବିରେ  ବ୍ରଜରାଜନଗରବାସୀ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରିଲା ନାହିଁ।   ଏବେ ରେଳ ରୋକ ଏକ ମାତ୍ର ବିକଳ୍ପ ବୋଲି କହିଛନ୍ତି ଅଞ୍ଚଳବାସୀ । ଅନ୍ୟ ପକ୍ଷରେ  ଦାବି ପୂରଣ ନ ହେଲେ  ଆଗାମୀ ସମୟରେ ଆହୁରି ଶକ୍ତ  ପ୍ରଦର୍ଶନ କରାଯିବ ବୋଲି ଲୋକେ କହିଛନ୍ତି।

The post ବ୍ରଜରାଜନଗରରେ ରହିବନି ଉତ୍କଳ ଏକ୍ସପ୍ରେସ ଟ୍ରେନ, ପ୍ରତିବାଦରେ ଆଜି ରେଳରୋକ appeared first on Odisha Reporter.



from Odisha Reporter https://ift.tt/3tb2JcX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages