ସମ୍ପର୍କକୁ ମିଳିଲାନି ସ୍ୱିକୃତୀ, ପ୍ରେମୀଯୁଗଳ ନେଲେ ଚରମ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

ସମ୍ପର୍କକୁ ମିଳିଲାନି ସ୍ୱିକୃତୀ, ପ୍ରେମୀଯୁଗଳ ନେଲେ ଚରମ ନିଷ୍ପତ୍ତି

ଝାରସୁଗୁଡ଼ା(ଭାଗିରଥୀ ସାହୁ): ହାତ ଧରାଧରି ହୋଇ ଜୀବନର ଚଲାପଥ ଅତିକ୍ରମ କରିବେ ବୋଲି ଶପଥ ନେଇଥିଲେ। ହେଲେ ଚଲାପଥ ଆରମ୍ଭରୁ ହିଁ ଝୁଣ୍ଟି ପଡ଼ିଲେ। ସେମାନଙ୍କ ପ୍ରେମକୁ ସମାଜ ସ୍ୱିକୃତୀ ନ ମିଳିବା ଆଶଙ୍କାରେ ଏକ ସଙ୍ଗେ ମରିବା ନିମନ୍ତେ ନେଲେ  ଚମର ପଦକ୍ଷେପ । ଫଳରେ ଘରୁ ୪ ଦିନ ତଳୁ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ ବିଷ ପିଇଦେବା ପରି ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲାରେ ଘଟିଛି। ଏଥିରେ ପ୍ରେମିକର ମୃତ୍ୟୁ ହୋଇଯାଇଥିବା ବେଳେ ଜୀବନ ସହ ସଂଘର୍ଷ କରୁଛି ପ୍ରେମିକା।

ସୂଚନା ଅନୁଯାୟୀ, ଲଖନପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ମରାକୁଟା ଅଞ୍ଚଳର ଜଣେ ଯୁବତୀଙ୍କ  ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା।  ଉଭୟଙ୍କ ସମ୍ପର୍କରୁ ପରିବାର ଲୋକ ବିରୋଧ କରିବାରୁ ଗତ ମଙ୍ଗଳବାର ଉଭୟ ଘରୁ ଫେରାର ହୋଇଯାଇଥିଲେ। ହେଲେ ଆଜି ଭୋରରୁ  ମରାକୁଟା ଗ୍ରାମ ନିକଟସ୍ଥ ସାଲେଟିକ୍ରା ଗାଁ ମୁଣ୍ଡରେ ଥିବା ଏକ ନିଛାଟିଆ ସ୍ଥାନରେ ଉଭୟ ବିଷପାନ କରିଥିଲେ। ପ୍ରେମିକର ମୃତ୍ୟୁ ହୋଇଯିବା ପରେ ପ୍ରେମିକା ନିଜ ଘରକୁ ଫୋନ କରି  ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଝାରସୁଗୁଡା ସଦର ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ସମ୍ପର୍କକୁ ମିଳିଲାନି ସ୍ୱିକୃତୀ, ପ୍ରେମୀଯୁଗଳ ନେଲେ ଚରମ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3su3aOR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages