ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଏବେ ପୂରା ଦେଶ ‘ପରାକ୍ରମ ଦିବସ’ ଭାବେ ପାଳନ କରିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନେତାଜୀଙ୍କ ଜନ୍ମଦିନ ଅର୍ଥାତ ୨୩ ଜାନୁଆରୀକୁ ’ପରାକ୍ରମ ଦିବସ’ ଭାବେ ମନାଇବାକୁ ନିଷ୍ପତ୍ତି ନେଇଛି। ଏ ସମ୍ବନ୍ଧରେ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଚଳିତ ବର୍ଷ ଦେଶ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ପାଳନ କରିବ।
Government of India has decided to celebrate the birthday of Netaji Subhash Chandra Bose, on 23rd January, as 'Parakram Diwas' every year: Ministry of Culture pic.twitter.com/Cg0P8gjyFt
— ANI (@ANI) January 19, 2021
ନେତାଜୀଙ୍କ ୧୨୫ତମ ଜୟନ୍ତୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ସ୍କଲାର, ସେନା ଓ ଷ୍ଟେଟସମ୍ୟାନଙ୍କର ୧୨୫ତମ ଜୟନ୍ତୀ ସମ୍ବନ୍ଧିତ କାର୍ଯ୍ୟକ୍ରମ ଖୁବଶୀଘ୍ର ଘୋଷଣା କରିବୁ। ପ୍ରଧାନମନ୍ତ୍ରୀ ମୋଦି ନେତାତୀଙ୍କ ୧୨୫ତମ ଜୟନ୍ତୀ ସମାରୋହର ଶୁଭାରମ୍ଭ ୨୩ ଜାନୁଆରୀରେ କୋଲକାତାର ଐତିହାସିକ ଭିକ୍ଟୋରିଆ ମେମୋରିଆଲ୍ ହଲରୁ କରିବେ।
ନେତାଜୀଙ୍କ ଜୟନ୍ତୀ ମନାଇବା ପାଇଁ କେନ୍ଦ୍ର ସରକାର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏଥିରେ ରାଜନେତାଙ୍କ ବ୍ୟତୀତ ଲେଖକ, ହିଷ୍ଟୋରିଆନ୍ ଓ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ପ୍ରତିଷ୍ଠିତ ଲୋକଙ୍କୁ ସାମିଲ୍ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯେଉଁ ପ୍ରମୁଖ ନାଁ ରହିଛି, ସେଥିରେ ସୁଭାଷ ଚନ୍ଦ୍ର ବୋଷ ଆଇଏନଏ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରିଗେଡିୟର ଆରଏସ୍ ଚିକାରା, ହିଷ୍ଟୋରିଆନ୍ ଓ ଲେଖିକା ପୂର୍ବୀ ରାୟ, ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି, ସଂଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍, ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତ୍ରୀ କାଜୋଲ ସାମିଲ୍ ଅଛନ୍ତି।
The post ନେତାଜୀ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳିବ ଦେଶ appeared first on Odisha Reporter.
from Odisha Reporter https://ift.tt/3nWHAzk
No comments:
Post a Comment