ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ସପ୍ତାହରେ ଟ୍ରମ୍ପ ସମର୍ଥକମାନେ କ୍ୟାପିଟଲ ହିଲ୍ସରେ ହିଂସାକାଣ୍ଡ ଘଟାଇଥିଲେ। ଏହାକୁ ଟ୍ରମ୍ପ ସମର୍ଥନ କରିବା ସହ ଲୋକଙ୍କୁ ଉସକାଇ ଥିବା ଅଭିଯୋଗ ହୋଇଛି।
ଏହି କାରଣୁ ଗୋଟିଏ ପରେ ଗୋଟିଏ ସୋଶାଲ ମିଡିଆ ପ୍ଲାଟଫର୍ମ ତାଙ୍କୁ ଆକାଉଣ୍ଟକୁ ବନ୍ଦ କରିବାକୁ ଲାଗିଛନ୍ତି। ଫେସବୁକ ଓ ଇନଷ୍ଟାଗ୍ରାମ ତାଙ୍କ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରିଥିବା ବେଳେ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ଡିଲିଟ କରିଦେଇଛି। ୟୁଟ୍ୟୁବ ମଧ୍ୟ ୭ ଦିନ ପାଇଁ ଟ୍ରମ୍ପ କୌଣସି ଭିଡିଓ ପୋଷ୍ଟ କରିପାରିବେ ନାହିଁ ବୋଲି କହିଛି।
ଏସବୁ ଭିତରେ ସୋଶାଲ ମିଡିଆ ଆପ୍ ସ୍ନାପ ଚ୍ୟାଟ ସବୁଦିନ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଛି। କମ୍ପାନୀ କହିଛି ଯେ ଟ୍ରମ୍ପଙ୍କ ବିରୋଧରେ ହେଉଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଗୁରୁବାର ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି।
ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବା ବେଳେ ଟ୍ରମ୍ପ ସ୍ନାପ ଚ୍ୟାଟକୁ ବ୍ୟବହାର କରି ଅଧିକ ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ରହିଛି। ସେ ନିଜ ସମର୍ଥକଙ୍କୁ ସ୍ନାପ ଚ୍ୟାଟ୍ ଦ୍ୱାରା ଉସକାଇ ପାରନ୍ତି। ଏହି କାରଣରୁ କମ୍ପାନୀ ସବୁଦିନ ପାଇଁ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିଦେଇଥିବା କହିଛି।
The post ଟ୍ରମ୍ପଙ୍କୁ ବ୍ୟାନ୍ କଲା ଆଉ ଏକ ସୋଶାଲ ମିଡିଆ ପ୍ଲାଟଫର୍ମ appeared first on Odisha Reporter.
from Odisha Reporter https://ift.tt/2MYd7Uw
No comments:
Post a Comment