୨୩ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

୨୩ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୪ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୨୩ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଅଛନ୍ତି ବଲାଙ୍ଗିର ଜିଲ୍ଲାରୁ। ଏହି ଜିଲ୍ଲାରୁ ୪୦ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୬, ବରଗଡ଼ରୁ ୧୩, ଭଦ୍ରକରୁ ୩, ବୌଦ୍ଧରୁ ୨, କଟକରୁ ୫, ଦେବଗଡ଼ରୁ ୩, ଢେଙ୍କାନାଳରୁ ଜଣେ, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୬, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୫, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନୟାଗଡ଼ରୁ ୨, ନୂଆପଡ଼ାରୁ ୭, ପୁରୀରୁ ୬, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୩, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରୁ କେହି ଚିହ୍ନଟ ହୋଇ ନାହାନ୍ତି।

୨୪୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୨୭,୨୯୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ୨,୧୬୩ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୯୦ରେ ପହଞ୍ଚିଯାଇଛି।

ଉଭୟ ମୃତକ ପୁରୁଷ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮୩ ବର୍ଷ ହୋଇଥିଲା। ସେ ଭୁବନେଶ୍ୱରର ବାସିନ୍ଦା ଥିଲେ। ସେ ଡାଇବେଟିସ୍ ଜନିତ ସମସ୍ୟାରେ ବି ପୀଡ଼ିତ ଥିଲେ। ସେହିପୀ ଅନ୍ୟ ମୃତକଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ସେ ନୟାଗଡ଼ ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କର ବି ଡାଇବେଟିସ୍ ଜନିତ ସମସ୍ୟା ଥିଲା।

The post ୨୩ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3npxmXR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages