ଆସିଲା KGF-2ର ଧମାକାଦାର ଟିଜର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

ଆସିଲା KGF-2ର ଧମାକାଦାର ଟିଜର୍

ନୂଆଦିଲ୍ଲୀ: ଶେଷରେ ଫ୍ୟାନଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ସାଣ୍ଡାଲଉଡର ସୁପର ଷ୍ଟାର୍ ୟଶଙ୍କର ବହୁପ୍ରତୀକ୍ଷିତ KGF-2ର ଟିଜର୍ ରିଲିଜ୍ ହୋଇ ସାରିଛି। KGF-2କୁ ନେଇ ଫ୍ୟାନଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଥିଲା। ଏଥିପାଇଁ ଫିଲ୍ମର ଟିଜରକୁ ଜାନୁଆରୀ ୮ ତାରିଖ ଅର୍ଥାତ୍ ୟଶଙ୍କର ଜନ୍ମଦିନରେ ରିଲିଜ୍ କରିବା ପାଇଁ ଧାର୍ଯ୍ୟ ହୋଇଥିଲା କିନ୍ତୁ ଏହା ପୂର୍ବରୁ ଇଣ୍ଟରନେଟରେ KGF-2ର ଟିଜର୍ ଲିକ୍ ହୋଇଗଲା। ଯାହା ପରେ ନିର୍ମାତା ଫିଲ୍ମର ଅଫିସିଆଲ୍ ଟିଜର୍ ଦିନକ ପୂର୍ବରୁ ରିଲିଜ୍ କରିବାକୁ ବାଧ୍ୟ ହୋଇଛନ୍ତି।

ଟିଜର ଜାନୁଆରୀ ୭ ତାରିଖ ରାତି ୯.୨୯ ମିନିଟରେ ହୋମବେଲ୍ ଫିଲ୍ମର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ କରିଦିଆଯାଇଛି। ରିଲିଜ୍ ହେବା ମାତ୍ରକେ ଏହା ଖୁବ୍ ଭାଇରାଲ୍ ହୋଇଛି। ଏପର୍ଯ୍ୟନ୍ତ ଟିଜରକୁ ୨୦ ମିଲିୟନରୁ ଅଧିକ ଲୋକେ ଦେଖିସାରିଲେଣି। ତେବେ ବଡ଼ କଥା ହେଉଛି ଟିଜରକୁ ଅଧିକ ଲାଇକ୍ସ ଓ ଶେୟାର୍ ମଧ୍ୟ ମିଳିଛି।

ଟିଜର୍ ରିଲିଜ୍ କରିବା ପରେ ନିର୍ମାତା ଲେଖିଛନ୍ତି, ‘ହୋମବେଲ୍ ଫିଲ୍ମ, ଏଏ ଫିଲ୍ମ ଓ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ପକ୍ଷରୁ ଆପଣ ସମସ୍ତଙ୍କୁ ନୂଆ ବର୍ଷର ଶୁଭକାମନା। ଆମେ ଏକାଠି ଯେଉଁ ଯାତ୍ରା ନିର୍ଦ୍ଧାରଣ କରିଥିଲୁ, ତାହା ବହୁତ ସୁନ୍ଦର ରହିଛି ଏବଂ ଆମେ ସେହି ସ୍ମୃତିକୁ ପୁଣିଥରେ ଭଲପାଇବା ସହ ଯୋଡିଛୁ। ଆମ ସହ ଛିଡ଼ା ହୋଇଥିବା ସମସ୍ତଙ୍କୁ ଆନ୍ତରିକତାର ସହ ଧନ୍ୟବାଦ।

ଟିଜର ଇମୋସନରୁ ଆରମ୍ଭ ଓ ଇମୋସନରେ ଶେଷ ହୋଇଥିବା ଦେଖିବାକୁ ମିଳିଛି। ଟିଜର ଆରମ୍ଭରୁ ରକି ଓ ତାଙ୍କ ମା’ଙ୍କୁ ଦେଖିବାକୁ ମିଳୁଛି। ଏହାସହ ଟିଜରରେ ରବିନା ଟଣ୍ଡନଙ୍କୁ ଦେଖିବାକୁ ମିଳିଛି। ସେହିପରି ଫିଲ୍ମର ମୁଖ୍ୟ ଭିଲେନ୍ କୁହାଯାଉଥିବା ସଞ୍ଜୟ ଦତ୍ତ ଜବରଦସ୍ତ ଲୁକରେ ନଜର ଆସୁଛନ୍ତି। ହେଲେ ଟିଜରରେ ତାଙ୍କ ଚେହେରା ଦେଖାଯାଇନାହିଁ।

ରକିଂ ଷ୍ଟାର୍ ୟଶଙ୍କ କଥା ଯଦି କହିବା, ତାହେଲେ ସେ ନିଜର ଚିରାଚରିତ ଷ୍ଟାଇଲରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି। ତାଙ୍କର ସେହି ସ୍ବାଗ, ଷ୍ଟାଇଲ୍ ଓ ଲୁକ୍ ବେଶ୍ ଭୟଙ୍କର ଏବଂ ଜବରଦସ୍ତ ଲାଗୁଛି। ସୂଚନାଯୋଗ୍ୟ, KGF-2ର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ଶ୍ରୀନିଧି ଶେଟ୍ଟୀ, ପ୍ରକାଶ ରାଜଙ୍କ ବ୍ୟତୀତ ଅନ୍ୟ ଷ୍ଟାର୍ ମଧ୍ୟ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ୍। ଫିଲ୍ମର ଟିଜର୍ ଦେଖିବା ପରେ ଫ୍ୟାନଙ୍କ ଉତ୍କଣ୍ଠା ଆହୁରି ବଢ଼ିଯାଇଛି। ଫିଲ୍ମଟି ଚଳିତ ବର୍ଷ ରିଲିଜ୍ ହେବାର ସମ୍ଭାବନା ରହିଛି।

The post ଆସିଲା KGF-2ର ଧମାକାଦାର ଟିଜର୍ appeared first on Odisha Reporter.



from Odisha Reporter https://ift.tt/39c8E8f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages