ଭୁବନେଶ୍ୱର ଫେରୁଥିବା ବେଳେ ଓଲଟିପଡ଼ିଲା ପିକ୍‌ନିକ୍ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ଭୁବନେଶ୍ୱର ଫେରୁଥିବା ବେଳେ ଓଲଟିପଡ଼ିଲା ପିକ୍‌ନିକ୍ ବସ୍‌

ମୋହନା (ମିହିର ଯତି): ଓଲଟିପଡ଼ିଲା ପିକ୍‌ନିକ୍ ବସ୍‌। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା କେନ୍ଦୁପଡ଼ାର ଡୁମ୍ବଲାପଦର ବୁଲାଣିରେ।

ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ୨୦ ଜଣ ଲୋକ ଏକ ମିନି ବସ୍‌ରେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଡୁମ୍ବଲାପଦର ବୁଲାଣିରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ସୁନୀଲ ସାହୁ। ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ମୋହନା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

The post ଭୁବନେଶ୍ୱର ଫେରୁଥିବା ବେଳେ ଓଲଟିପଡ଼ିଲା ପିକ୍‌ନିକ୍ ବସ୍‌ appeared first on Odisha Reporter.



from Odisha Reporter https://ift.tt/2LzaSa9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages