‘ତାଣ୍ଡବ’ ଓ୍ୱେବ୍ ସିରିଜ ନିର୍ମାତାଙ୍କୁ ଜବାବ ତଲବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

‘ତାଣ୍ଡବ’ ଓ୍ୱେବ୍ ସିରିଜ ନିର୍ମାତାଙ୍କୁ ଜବାବ ତଲବ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆ ଅଭୀନିତ ୱେବ୍ ସିରିଜ୍ ‘ତାଣ୍ଡବ’ର ନିର୍ମାତା ଆମାଜନ ପ୍ରାଇମ୍ ଇଣ୍ଡିଆକୁ ଜବାବ ତଲବ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଫିଲ୍ମରେ ହିନ୍ଦୁ ଧର୍ମକୁ ଅପମାନ କରିବା ଭଳି କଣ୍ଟେଣ୍ଟ ରହିଥିବା ଅଭିଯୋଗ ହେବା ପରେ ସୂଚନା ପ୍ରସାରଣ ବିଭାଗ ରିପୋର୍ଟ ତଲବ କରିଛି।

ଏହି ଓ୍ୱେବ ସିରିଜର ପ୍ରଥମ ଏପିସୋଡରେ ଅଭିନେତା ମହମ୍ମଦ ଜିଶାନ ଆୟୁବଙ୍କୁ ଭଗବାନ ଶିବ ଭାବରେ ଅଭିନୟ କରିଛନ୍ତି। ସେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ଆପଣ କାହାଠାରୁ ସ୍ୱାଧୀନତା ଚାହୁଁଛନ୍ତି ବୋଲି ମଞ୍ଚ ଉପରେ ପ୍ରଶ୍ନ କରୁଛନ୍ତି। ତେବେ ମଞ୍ଚକୁ ଆସିବା ପୂର୍ବରୁ ପରିଚାଳକ ଜଣଙ୍କ କହୁଛନ୍ତି, ‘ନାରାୟଣ-ନାରାୟଣ, ଭଗବାନ କିଛି କରନ୍ତୁ। ସୋଶାଲ ମିଡିଆରେ ଭଗବାନ ରାମଙ୍କ ଅନୁଗାମୀମାନେ କ୍ରମାଗତ ଭାବରେ ବଢ଼ି ଚାଲିଛି।

ଏହାକୁ ନେଇ ମହାରାଷ୍ଟ୍ରର ବିଜେପି ବିଧାୟକ ରାମ କଦମ ଏବଂ ସାଂସଦ ମନୋଜ କୋଟାକ ଆପତ୍ତି ଉଠାଇଥିଲେ। ରାମ କଦମ ଫିଲ୍ମଟି ଧର୍ମୀୟଭାବନାକୁ କୁଠାରଘାତ କରୁଛି ବୋଲି ଥାନାରେ ଏତଲା ଦେଇଥିବା ବେଳେ ସାଂସଦ ଜଣଙ୍କ ସୂଚନା ପ୍ରସାରଣ ବିଭାଗକୁ ଚିଠି ଲେଖି ଆପତ୍ତି ଜଣାଇଥିଲେ।

ରାମ କଦାମ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ସିରିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ସେ ଲେଖିଛନ୍ତି, ସର୍ବଶେଷରେ ହିନ୍ଦୁ ଦେବତାମାନଙ୍କୁ ଅପମାନିତ କରିବା ପାଇଁ ପ୍ରତ୍ୟେକ ଥର ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ କାହିଁକି ତିଆରି ହେଉଛି? ଏହାର ସଦ୍ୟ ଉଦାହରଣ ୱେବ୍ ସିରିଜ୍ ‘ତଣ୍ଡବ’। ସୈଫ ଅଲ୍ଲୀ ଖାନ୍ ପୁଣି ଥରେ ଆଉ ଏକ ଓ୍ୱେବ ସିରିଜରେ ଅଭିନୟ କରିଛନ୍ତି ଯାହା ହିନ୍ଦୁ ଭାବନାକୁ ଆଘାତ ଦେଇଛି। ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କୁ ଭଗବାନ ଶିବଙ୍କ ଉପହାସ କରୁଥିବା ସିରିଜରୁ ହଟାଇବା ଦରକାର। ଅଭିନେତା ଜିଶାନ ଆୟୁବଙ୍କୁ କ୍ଷମା ମାଗିବାକୁ ହେବ।

ଏଥି ସହ ମହାରାଷ୍ଟ୍ରର ବିଜେପି ସାଂସଦ ମନୋଜ କୋଟାକ୍ ପ୍ରକାଶ ଜାଭଡେକରଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଏଥିରୁ ଜଣାପଡୁଛି ଯେ ଜାଣିଶୁଣି ହିନ୍ଦୁ ଧାର୍ମିକ ଭାବନାକୁ ଅପମାନିତ କରାଯାଉଛି।

The post ‘ତାଣ୍ଡବ’ ଓ୍ୱେବ୍ ସିରିଜ ନିର୍ମାତାଙ୍କୁ ଜବାବ ତଲବ appeared first on Odisha Reporter.



from Odisha Reporter https://ift.tt/2LXDTMk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages