ମ୍ୟାଟ୍ରିକ୍ ପରୀକ୍ଷା: ପ୍ରତି ବିଷୟ ପାଇଁ ରହିବ ୮୦ ମାର୍କର ପ୍ରଶ୍ନ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 2, 2021

ମ୍ୟାଟ୍ରିକ୍ ପରୀକ୍ଷା: ପ୍ରତି ବିଷୟ ପାଇଁ ରହିବ ୮୦ ମାର୍କର ପ୍ରଶ୍ନ, କିନ୍ତୁ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୮ ତାରିଖରୁ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ। ଆଉ ମେ’ ୩ ତାରିଖରେ ସେମାନେ ଦେବେ ପରୀକ୍ଷା। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ୫୦ ମାର୍କର ଓଏମ୍‌ଆର୍‌ ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡ଼ିବ। କିନ୍ତୁ ରେଜଲ୍ଟ ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ। ୮୦ରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ, ତାକୁ ଅବଶିଷ୍ଟ ୨୦ରୁ ହିସାବ କରାଯାଇ ମୋଟ ନମ୍ବର ଦିଆଯିବ।

ପରୀକ୍ଷା ଫଳାଫଳ ଘୋଷଣା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପାଇଁ ପରୀକ୍ଷା ଫଳ ପ୍ରକାଶନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ସ୍କୁଲ୍ ଖୋଲିବା ଓ ପରୀକ୍ଷା କରାଯିବା ଗୁରୁତ୍ୱପୂର୍ଣ୍ଣ। ତେବେ ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କେମିତି ଶୀଘ୍ର ପରୀକ୍ଷା ଫଳ ବାହାରି ପାରିବ, ସେ ନେଇ ଆମେ ଚେଷ୍ଟା କରିବୁ।

ଶ୍ରୀ ଦାଶ ଆହୁରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ପର୍ଯ୍ୟାୟ କ୍ରମେ ବିଭାଗ ପକ୍ଷରୁ ସ୍କୁଲ୍ ଖୋଲିବା ଆରମ୍ଭ କରାଯାଇଛି। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯାଇଛି। ୧୦୦ ଦିନ କ୍ଲାସ ହେବ। ଶନିବାର ଓ ରବିବାର ବି ପାଠପଢ଼ା ଯିବ। କେବଳ ଉତ୍ସବ ଭାବେ ପାଳନ କରାଯାଉଥିବା ଦିନ ଗୁଡ଼ିକରେ ସ୍କୁଲ୍ ଛୁଟି ରହିବ।

ସେ କହିଛନ୍ତି, ଏସ୍‌ଓପି ମାନି ସ୍କୁଲ୍ ଗୁଡ଼ିକୁ ଖୋଲାଯିବ। ଯେଉଁ ସ୍କୁଲ୍‌ ଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା ନାହିଁ, ସେଗୁଡ଼ିକୁ ଖୋଲାଯିବ ନାହିଁ। ପ୍ରଥମେ ସେ ବ୍ୟବସ୍ଥା କରାଯିବ ଓ ତା’ପରେ ସ୍କୁଲ୍ ଖୋଲାଯିବ। ସେହିପରି ଗୋଟିଏ ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ପିଲାଙ୍କୁ ବସାଯିବ। ଗୋଟିଏ ଶ୍ରେଣୀରେ ତା’ଠାରୁ ଅଧିକ ପିଲା ଥିଲେ ଦୁଇଟି ସେକ୍ସନ କରାଯିବ। ଆହୁରି ଅଧିକ ପିଲା ଥିଲେ ତିନୋଟି ସେକ୍ସନ ବି କରାଯିବ।

୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ଘୋଷଣା କରିଥିବା ବେଳେ ହଷ୍ଟେଲ୍ ଖୋଲିବାକୁ ଅନୁମତି ଦେଇ ନାହାନ୍ତି। ଏନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପର୍ଯ୍ୟାୟକ୍ରମେ ଏନେଇ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ସ୍କୁଲ୍‌ ଖୋଲିବା ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଶିକ୍ଷକ, ପିଲା ସ୍କୁଲ ଆସି ପାରିବେ ନାହିଁ ବୋଲି କୁହାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ। ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ। ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି। ସ୍କୁଲ ବସ୍ ବଦଳରେ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ିବେ। କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ। ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସ୍‌ରେ ନିର୍ଦ୍ଦିଷ୍ଟ ସିଟ୍ ବ୍ୟବସ୍ଥା ହେବ। ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗହଳି ଏଡ଼ାଇବାକୁ ରିସେସ୍ ଟାଇମ୍ ଭିନ୍ନ ଭିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ମ୍ୟାଟ୍ରିକ୍ ପରୀକ୍ଷା: ପ୍ରତି ବିଷୟ ପାଇଁ ରହିବ ୮୦ ମାର୍କର ପ୍ରଶ୍ନ, କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/354WEnN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages